କରୋନା: ସିଲ୍ ହେଲା ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।
Related Posts
ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି। ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍ କୁ କୋଭିଡ୍ ନିୟମ ଭାଙ୍ଗିଥିବାରୁ ସିଲ୍ କରିଦେଇଛି।
ସୂଚନାଯୋଗ୍ୟ ଯେ, ଆଜି ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍ ରେ ବିନା ଅନୁମତିରେ ଜନ୍ମଦିନ ପାଳନ କରାଯାଉଥିଲା। ଏହି ସମୟରେ ପୋଲିସ୍ ଚଢ଼ାଉ କରି ଫଙ୍କସନ୍ ହଲ୍ କୁ ସିଲ୍ କରିଦେଇଛନ୍ତି। ଏଥିସହିତ ଜୋରିମାନା ମଧ୍ୟ ଆଦାୟ କରାଯାଇଛି।