Odisha Link
Bridging the Missing Links in Odisha

୬ଟି ରାଜ୍ୟକୁ ସଞ୍ଜୀବନୀ ପଠାଇଲା ଓଡ଼ିଶା

ଭୁବନେଶ୍ୱର: ହୁ ହୁ ମାଡିବାରେ ଲାଗିଛି କରୋନା ମହାମାରୀ। ଏହାର ମୁକାବିଲା ଅକ୍ସିଜେନକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର କେତେକ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟକୁ ସହାୟତର ହାତ ବଢାଇଛି ଓଡିଶା। ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍‌ ପଠାଇଛି ଓଡ଼ିଶା।

ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଟି ଟ୍ୟାଙ୍କରରେ ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଯାଇଛି । ରାଜ୍ୟର ଯାଜପୁର, ଅନୁଗୁଳ ଓ ରାଉରକେଲାରୁ ଏହି ମେଡିକାଲ ଅକ୍ସିଜେନକୁ ଆନ୍ଦ୍ରପ୍ରଦେଶର ବିଶାଖପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ୍, ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ରର ମୁମ୍ୱାଇ, ପୁନେ ଓ ନାଗପୁରକୁ ପଠାଯାଇଛି ।

ଅବାଧରେ ଅକ୍ସିଜେନ୍ ପହଞ୍ଚିବା ପାଇଁ ଓଡ଼ିଶା ପୋଲିସ ନେତ୍ୱତ୍ୱରେ ଏକ ନିର୍ଦ୍ଦିଷ୍ଟ କରିଡର ଚିହ୍ନଟ କରିବା ସହ ଅକ୍ସଜେନ୍ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଥିଲା। ଆଇନ ଶୃଙ୍ଖଳା ଏଡିଜି ଓ୍ୱା.କେ ଜେଠଓ୍ୱା ଏହି ଟ୍ରାନ୍ସପୋର୍ଟ କାର୍ଯ୍ୟପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ତେବେ ଆଗକୁ ଅନୁଗୁଳରୁ ୨ ଟ୍ୟାଙ୍କର ବିଶାଖାପାଟଣା ଓ ଯାଜପୁରରୁ ୨ ଟ୍ୟାଙ୍କର ଗାଜିଆବାଦ ଓ ବିଶାଖାପାଟଣାକୁ ଯିବାର ଅଛି।