Odisha Link
Bridging the Missing Links in Odisha

କରୋନା ପୀଡ଼ିତା ହିନ୍ଦୁ ମହିଳାଙ୍କ ଶବ ଦାହକଲେ ମୁସଲମାନ ଯୁବକ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୨୦୦ ଟପିଛି । ୨

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ଅଣାୟତ୍ତ ହେବାରେ ଲାଗିଛି। ମହାମାରୀର କରାଳ ରୂପ ଦେଖି ବନ୍ଧୁ ପରିଜନ ମଧ୍ୟ ଦୂରେଇବାରେ ଲାଗିଛନ୍ତି। ମହାମାରୀ କରୋନା ସଂକ୍ରମଣ ଭୟରେ ମାନବିକତା ହଜିଗଲାଣି।ଏପରି ଘଡ଼ିସନ୍ଧି ମୁହୁର୍ତ୍ତରେ ଏଭଳି କିଛି ଲୋକ ଅଛନ୍ତି ଯିଏ ବାଛ ବିଚାର ନକରି ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ପଲାମୁରେ କିଛି ମୁସଲିମ୍‌ ଯୁବକ ମିଶି କରୋନାରେ ମୃତ ହୋଇଥିବା ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତିରେ କରିଥିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଝାଡ଼ଖଣ୍ଡର ପଲାମୁର ମୋଦିନୀ ନଗରରେ ଜଣେ ମହିଳା କରୋନା ସଂକ୍ରମିତ ହେବା ପରେ ମୃତ୍ୟୁବରଣ କରିଥିଲେ। ହେଲେ ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ବନ୍ଧୁ ପରିଜନ କେହି ଆଗକୁ ଆସି ନଥିଲେ। ହେଲେ କିଛି ମୁସଲିମ୍‌ ଯୁବକ ମିଶି ମହିଳାଙ୍କ ଅନ୍ତିମ ସଂସ୍କାର କରିବାରେ ସାହାଯ୍ୟ କରିଥିଲେ। ମୃତ ମହିଳାଙ୍କ ଏକମାତ୍ର ପୁଅ ଆଉ କିଛି ମୁସଲିମ୍‌ ଯୁବକ ମାନେ ମିଶି ମହିଳାଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତିରେ କରିଥିଲେ। ସବୁଠୁ ବଡ଼ କଥା ହେଲା ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ସମସ୍ତ ମୁସଲିମ ଯୁବକ ପବିତ୍ର ରମଜାନରେ ରୋଜା ପାଳନ କରୁଥିଲେ।

ସୂଚନାଥାଉକି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୨୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୨୬୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ହଜାର ୬୯୫ରେ ପହଞ୍ଚିଛି।

Leave A Reply

Your email address will not be published.