Odisha Link
Bridging the Missing Links in Odisha

ଶେଷରେ ଜିଦ୍‌ ଛାଡ଼ି ମାସ୍କ ପିନ୍ଧିଲେ ସୁର

ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହର ହୁ ହୁ ହେଇ ବଢିଚାଲିଛି। ଯାହା ସବୁ ଆଡେ ପୁଣି ଥରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନାକୁ ଫୁ କରି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଅନେକ ସମୟରେ ମାସ୍କ ପିନ୍ଧୁ ନଥିବା ବେଳେ ଏବେ ଜିଦ୍‌ ଛାଡ଼ି ମାସ୍କ ପିନ୍ଧିଛନ୍ତି।

ପୁର୍ବରୁ ମାସ୍କ ପିନ୍ଧିବାକୁ ସିଧା ମନା କରୁଥିବା ସୁର ରାଉତ ଶେଷରେ ମୁହଁରେ ମାସ୍କ ବାନ୍ଧି ରହୁଛନ୍ତି । ନିକଟରେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଓ ଅନେକ ବରିଷ୍ଠ ଲୋକଙ୍କ ମୃତ୍ୟୁକୁ ନେଇ ସୁର ସତର୍କ ହୋଇଥିବା ଆଶଙ୍କା କରାଯାଉଛି। ତେବେ ପୂର୍ବରୁ ମାସ୍କ ପିନ୍ଧିବାକୁ ନେଇ ସୁରଙ୍କୁ ପଚାରିବାରୁ ସେ ଭିନ୍ନ ମତ ଦେଉଥିଲେ । ମାସ୍କ ପିନ୍ଧିବେ ନାହିଁ କିମ୍ବା ସରକାରଙ୍କ ନିୟମକୁ ମାନିବେ ନାହିଁ ବୋଲି ସେ କହୁଥିଲେ

ଅନେକ ସ୍ଥାନରେ ସୁରଙ୍କୁ ବିନା ମାସ୍କରେ ଦେଖିବାକୁ ମଧ୍ୟ ମିଳୁଥିଲା। ମାସ୍କ ପିନ୍ଧିଲେ ମନୋବଳ ଭାଙ୍ଗିଯିବ ବୋଲି କହି ମାସ୍କ ପିନ୍ଧିବେ ନାହିଁ ବୋଲି ସେ ଯୁକ୍ତି କରୁଥିଲେ। ଶେଷରେ ଜିଦ୍‌ ଛାଡ଼ି ମାସ୍କ ପିନ୍ଧିଛନ୍ତି ସୁର।

Leave A Reply

Your email address will not be published.