Odisha Link
Bridging the Missing Links in Odisha

ଆମ୍ବୁଲାନ୍ସ ଆସିଲାନି , ରେନକୋର୍ଟ ପିନ୍ଧି ବାଇକରେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ

ଏଭଳି ଅବସ୍ଥା ଦେଖି ହରିଶ୍ଚନ୍ଦ୍ର ଓ ଆଉ ଜଣେ ସମ୍ପର୍କୀୟ ଆମ୍ବୁଲାନ୍ସକୁ ଅପେକ୍ଷା କନରି ରେନକୋର୍ଟ ପିନ୍ଧି ତାଙ୍କ ପୁଅକୁ ବାଇକ୍‌ ଯୋଗେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ।

ପଦ୍ମପୁର: କରୋନା କାଳରେ ପଦାରେ ପଡ଼ିଲା ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନ ଚିତ୍ର। ଏପରିକି ରୋଗୀଙ୍କୁ ନେବାକୁ ଆସିଲାନି ଆମ୍ବୁଲାନ୍ସ। ଯାହାରିଫଳରେ ରେନ୍‌ କୋର୍ଟ ପିନ୍ଧି ବାଇକ୍‌ ଯୋଗେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ସର୍ଗିବାହାଲ ପଞ୍ଚାୟତ ଇଛାପାଲି ଗ୍ରାମରେ।

ମିଳିଥିବା ସୂଚନା ମୁତାବିକ, ଇଛାପାଲି ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନଙ୍କ ୨୭ ବର୍ଷିୟ ପୁଅ ଦୁଷ୍ମନ୍ତ ପ୍ରଧାନ ଗତ ୮ ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇ ଘରେ ସଙ୍ଗରୋଧରେ ଥିଲେ। ହେଲେ ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସକୁ ଫୋନ କରିବାର ଦୀର୍ଘ ୩ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ରୋଗୀଙ୍କୁ ନେବାକୁ ଆମ୍ବୁଲାନ୍ସ ଆସି ନଥିଲା।

ପୁଅର ଏଭଳି ଅବସ୍ଥା ଦେଖି ହରିଶ୍ଚନ୍ଦ୍ର ଓ ଆଉ ଜଣେ ସମ୍ପର୍କୀୟ ଆମ୍ବୁଲାନ୍ସକୁ ଅପେକ୍ଷା କନରି ରେନକୋର୍ଟ ପିନ୍ଧି ତାଙ୍କ ପୁଅକୁ ବାଇକ୍‌ ଯୋଗେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ। ଯାହା ଏବେ ସାରା ରାଜ୍ୟର ଚର୍ଚ୍ଚାର ଖବର ପାଲଟିଛି।

Leave A Reply

Your email address will not be published.