Odisha Link
Bridging the Missing Links in Odisha

ଘାରୁଛି କରୋନା ଭୟ, ମୃତଦେହ ଛୁଉଁ ନାହାନ୍ତି ଆପଣାର ଲୋକ

କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ହେଲେ କରୋନା ଭୟରେ ମୃତଦେହ ପାଖକୁ ବନ୍ଧୁ ଓ ପରିବାର ବର୍ଗ ଆସୁନାହାନ୍ତି

ବୌଦ୍ଧ: ରାଜ୍ୟରେ କାୟା ମେଲାଉଛି କରୋନା ସଂକ୍ରମଣ। ଦିନକୁ ଦିନ କରୋନା ମାମଲା ରାଜ୍ୟରେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ଦୈନିକ ୬ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା।

ଖବର ମୁତାବିକ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ କୁମ୍ଭମେଳା ଯାଇଥିଲା। ଏବେ କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ହେଲେ କରୋନା ଭୟରେ ମୃତଦେହ ପାଖକୁ ବନ୍ଧୁ ଓ ପରିବାର ବର୍ଗ ଆସୁନାହାନ୍ତି।

ଏପରିକି ୯ଘଣ୍ଟା ଧରି ଘର ଆଗରେ ମୃତଦେହ ପଡ଼ିରହିଛି । ଗତ ୨୨ ତାରିଖ ଦିନ ସମ୍ପୃକ୍ତ ଅବସରପ୍ରାପ୍ତ ଶିକ୍ଷକ ସ୍ୱାବ ଟେଷ୍ଟ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ । ଏହାରି ଭିତରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କର ମୃତ୍ୟୁ କରୋନା ଜନିତ ଭାବି ମୃତଦେହକୁ କେହି ଛୁଉଁ ନାହାନ୍ତି ।

Leave A Reply

Your email address will not be published.