Odisha Link
Bridging the Missing Links in Odisha

ରାଜଧାନୀରେ ମେ’୩ ଯାଏଁ ବଢ଼ିଲା ଲକ୍‌ଡାଉନ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଭଳି ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୬ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏବେବି ଦିଲ୍ଲୀରେ କରୋନୋ ସ୍ଥିତି ସଙ୍କଟଜନକ ହୋଇ ରହିଛି। ଯାହାରିଫଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଉ ୬ ଦିନ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।

 

ସଂକ୍ରମଣ ଦୃଷ୍ଟିରୁ କେଜ୍ରିଓ୍ବାଲ ମେ’୩ ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାକୁ ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ସଂକ୍ରମଣ କମିବାର ନାଁ ନେଇନାହିଁ ଯାହା ସରକାର, ପ୍ରଶାସନ ଜନତାଙ୍କ ଚିନ୍ତା ବଢ଼ାଇଛି। ସଂକ୍ରମଣ ବଢି ଚାଲିଲାବେଳେ ହସ୍ପିଟାଲମାନଙ୍କରେ ବେଡ଼ କି ଅକ୍ସିଜେନ ମଧ୍ୟ ଉପଲବ୍ଧ ନାହିଁ। ଅନେକ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଏହିଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଉ ୬ ଦିନ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି।

Leave A Reply

Your email address will not be published.