Odisha Link
Bridging the Missing Links in Odisha

ଗଞ୍ଜାମ: କାଲିଠୁ ମେ’୨ ଯାଏଁ ବନ୍ଦ ରହିବ ସମସ୍ତ ଦୋକାନ

ସୋମବାରଠୁ ମେ' ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମେଡିସିନ୍ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ହୋଇଛି ନିଷ୍ପତ୍ତି।

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଲାଗୁ କରିଛନ୍ତି କଟକଣା। ଏସବୁ ମଧ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଲା ଗଞ୍ଜାମ ପ୍ରଶାସନ।

ସୋମବାରଠୁ ମେ’ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମେଡିସିନ୍ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ହୋଇଛି ନିଷ୍ପତ୍ତି। ଲୋକଙ୍କ ସୁବିଧା ପାଇଁ ହୋମ୍ ଡେଲିଭେରୀ ସେବା ଯୋଗାଇ ଦିଆଯିବ। ଏନେଇ ଆସିକା ଚାମ୍ବର ଅଫ୍ କମର୍ସ ପକ୍ଷରୁ ଘୋଷଣା କହିଛନ୍ତି।

ଏଥିସହିତ ବ୍ରହ୍ମପୁର ସିଟି ମେଡିକାଲକୁ ତ୍ୟାଗପୂର୍ଣ୍ଣ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ କୋଭିଡ୍ ରୋଗୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ଗର୍ଭବତୀ କୋଭିଡ୍ ସଂକ୍ରମିତ ମହିଳାଙ୍କ ପାଇଁ ୨୫ ଶଯ୍ୟା ବିଶିଷ୍ଟ ଉଦ୍ଦିଷ୍ଟ ଥିବା ସ୍ଥିର ହୋଇଛି। ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିତ୍ସାର ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply

Your email address will not be published.