Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ବଦଳିଲା କ୍ବାରାଣ୍ଟିନ ନିୟମ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ସରକାର ଲଗାଇଛନ୍ତି କଟକଣା। ଏଥିସହିତ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲଗାଇବା ସହ ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲଗାଇଛନ୍ତି ସରକାର। ଏସବୁ ମଧ୍ୟରେ ସରକାର ବଦଳାଇଛନ୍ତି କ୍ବାରାଣ୍ଟିନ୍‌ ନିୟମ।

ପଶ୍ଚିମବଙ୍ଗରୁ ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ତେବେ ଯେଉଁମାନେ ଓଡ଼ିଶାକୁ ପ୍ରବେଶ କରିବାର ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର ଟେଷ୍ଟ କରି ନେଗେଟିଭ ସାର୍ଟିଫିକେଟ ପାଇଥିବେ କିମ୍ବା ଦୁଇ ଡୋଜ ଟିକା ନେଇଥିବେ ସେମାନଙ୍କୁ ୧୪ ଦିନ ବଦଳରେ ୭ ଦିନ କ୍ୱାରେଣ୍ଟାଇନରେ ଘରେ ରହିବାକୁ ହେବ।

ଯଦି ଘରେ କ୍ୱାରେଣ୍ଟାଇନ ସୁବିଧା ନଥିବ ତେବେ ସେ ସରକାରୀ କିମ୍ବା ପେଡ କ୍ୱାରେଣ୍ଟାଇନରେ ୭ ଦିନ ରହିବେ। ଏ ସଂଶୋଧନ ସମ୍ପର୍କରେ ଏସଆରସି ସାନି ବିଜ୍ଞପ୍ତି ଜାରି କରିଛନ୍ତି । ପଶ୍ଚିମବଙ୍ଗରୁ ନୂଆ କରୋନା ଭୂତାଣୁ ମାଡ଼ି ଆସୁଛି। ଏହାକୁ ଦେଖି ବେଶ ସତର୍କ ହୋଇପଡ଼ିଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.