Odisha Link
Bridging the Missing Links in Odisha

ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ଧାରଣା ଦେଲେ ଛାତ୍ରଛାତ୍ରୀ

୧୦ ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି।

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହାକୁ ନଜରରେ ରଖି ରାଜ୍ୟ ସରକାର ମ୍ୟାଟ୍ରିକ୍‌ ପରୀକ୍ଷାକୁ ବାତିଲ କରିଛନ୍ତି। ଏସବୁ ମଧ୍ୟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଶୀଘ୍ର ବାତିଲ କରିବା ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ।

ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ, ଏଯାଏ ସ୍ଥିର ହୋଇ ନାହିଁ କେବେ ପରୀକ୍ଷା ହେବ। ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅସୁବିଧା ହେବ। ତେଣୁ ଶୀଘ୍ର ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଉ। ଏଥିସହିତ ୧୦ ଦିନ ଭିତରେ ଯଦି କିଛି ନିଷ୍ପତ୍ତି ନିଆନଯାଏ, ତେବେ ୧୦ ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି।

ସୂଚନାଥାଉକି, କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଓ ଓଡ଼ିଶା ରାଜ୍ୟ ମାଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରି ଦିଆଯାଇଛି। ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ଛାତ୍ରୀଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବ। ଯେଉଁମାନେ ଅସହମତି ପ୍ରକାଶ କରିବେ, କୋଭିଡ ମହାମାରୀ ପ୍ରଶମିତ ହେବା ପରେ ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ଦେଇପାରିବେ।

Leave A Reply

Your email address will not be published.