Odisha Link
Bridging the Missing Links in Odisha

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କୁ ୱାଇ+ ସୁରକ୍ଷା

ମହାରାଷ୍ଟ୍ର: ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କୁ ୱାଇ+ ସୁରକ୍ଷା। କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାୱାଲାଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରଣାଳୟ ଭବିଷ୍ୟତରେ ବିପଦକୁ ନଜରରେ ରଖି ଏନେଇ ଆଦେଶ ଜାରି କରିଛନ୍ତି।

ଭାରତରେ ଏବେ କରୋନା ମହାମାରୀ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ର କୋଭିଡ-୧୯ ଭ୍ୟାକ୍ସିନ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ କୁ ବ୍ୟବହାର ପାଇଁ ଅନୁମତି ମିଳିଛି। ସାରା ଦେଶରେ କରୋନା ଟିକାକରଣ ଅଭିଯାନ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି। ଏହି ଟିକାକରଣରେ ଅଦାର ପୁନାୱାଲାଙ୍କ କୋଭିସିଲ୍ଡ ଟିକା ବେସ ଗୁରୁତ୍ୱ ବହନ କରୁଛି।

ଦେଶରେ ବଡବଡ ଶିଳ୍ପପତି ମାନଙ୍କ ଭିତରେ ଅଦାରଙ୍କ ନାମ ବେସ୍ ଜଣାଶୁଣା। ମହାରାଷ୍ଟ୍ରର ପୁଣେ ଠାରେ ପାଖା ପାଖି ୧୦୦ ଏକର ଜମିରେ ନିର୍ମାଣ ହୋଇଛି ସେରମ୍ ଇନଷ୍ଟିଚ୍ୟୁଟ୍। ଗାସାଇରସ ପୁନାୱାଲାଙ୍କ ପୁଅ ଅଦାର ପୁନାୱାଲା ବିଦେଶରେ ପାଠ ପଢିବା ପରେ ଭାରତରେ ଥିବା ବାପାଙ୍କର କମ୍ପାନୀରେ ସହଯୋଗ କରିଥିଲେ। ଖୁବଶୀଘ୍ର ସେ କମ୍ପାନୀର ସିଇଓ ପଦ ସମ୍ଭାଳିଥିଲେ।

 

Leave A Reply

Your email address will not be published.