Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ପୁଣି ମମତା

ନିର୍ବାଚନର ମାସଟିଏ ଆଗରୁ ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ଅଭିନେତା ମିଥୁନ୍‌ ନିଜକୁ କୋବ୍ରା ବା ଗୋଖର ସାପ ବୋଲି କହିଥିଲେ। ଏଠାରେ ମାରିବି ଯେ ଶ୍ମଶାନରେ ପଡ଼ିବ ବୋଲି କହି ବିରୋଧୀଙ୍କୁ ଚେତାବନୀ ଦେଇଥିଲେ ମିଥୁନ।

କୋଲକାତା: କାମ ଦେଲାନି କୋବ୍ରା ବିଷ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦଳକୁ ରାଜ୍ୟରେ ବିଜୟୀ କରିବାର ଯେଉଁ ବିଷାକ୍ତ ବୟାନ ଦେଇଥିଲେ ତାହା ଫିକା ପଡ଼ିଛି। ୨୯୪ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ୨୦୨ ଆସନରେ ଆଗୁଆ ଅଛନ୍ତି।

ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ବହୁ ହଟଚମକ ଦେଖାଦେବା ସହ ସିନେମା ଶୈଳୀରେ ସଂଳାପ କହି ଭୋଟରଙ୍କୁ ଆକୃଷ୍ଟ କରିଥିଲେ ନେତା। ନିର୍ବାଚନର ମାସଟିଏ ଆଗରୁ ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ଅଭିନେତା ମିଥୁନ୍‌ ନିଜକୁ କୋବ୍ରା ବା ଗୋଖର ସାପ ବୋଲି କହିଥିଲେ। ଏଠାରେ ମାରିବି ଯେ ଶ୍ମଶାନରେ ପଡ଼ିବ ବୋଲି କହି ବିରୋଧୀଙ୍କୁ ଚେତାବନୀ ଦେଇଥିଲେ ମିଥୁନ।

ଅନୁରୂପ ଭାବେ ମମତା ବାନାର୍ଜୀଙ୍କୁ ଟିହାଇ ‘ଦିଦି… ଇ… ଓ… ଦିଦି’ ବୋଲି ଡାକିଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବଗୁରୁ ରବୀନ୍ଦ୍ରନାଥଙ୍କ ଠାଣିରେ ମୋଦିଙ୍କ ବେଶ ଓ ଦାଢ଼ୀକୁ ନେଇ ଏଥର ବେଶ୍‌ ଚର୍ଚ୍ଚା ହୋଇଥିଲା।

ଅନ୍ୟପଟେ ଗୋଟିଏ ରାଜନୈତିକ ଦ୍ବନ୍ଦ୍ବରେ ନିଜର ଗୋଡ଼ ଜଖମ ହୋଇଥିବା ଦର୍ଶାଇ ମାସାଧିକ କାଳ ହ୍ବିଲ ଚେୟାରରେ ନିର୍ବାଚନ ପ୍ରଚାର କରିଥିଲେ ମମତା ବାନାର୍ଜୀ। ଜଣେ ମୁଖ୍ୟମନ୍ତ୍ରୀଙ୍କ ସାମାନ୍ୟ ଗୋଡ଼ ଜଖମ ଯଦି ମାସେ ଯାଏଁ ଭଲ ହୋଇପାରୁନାହିଁ ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ବୋଲି କହି ତାଙ୍କୁ ସମାଲୋଚନା କରିଥିଲେ ବିରୋଧୀ।

ଏଥର ବଙ୍ଗ ନିର୍ବାଚନରେ ଟିଏମ୍‌ସିର ଚର୍ଚ୍ଚିତ ସଂଳାପ “ଖେଲା ହୋବେ” ଥିବା ବେଳେ ବିଜେପି “ବିକାଶ ହୋବେ” ନାରା ଦେଇଥିଲା। ବିଜେପି ଯଦି ୧୦୦ରୁ ଅଧିକ ଆସନ ଜିତିବ ଟ୍ବିଟର୍‌ ଛାଡ଼ିଦେବେ ବୋଲି ଦୃଢ଼ୋକ୍ତି ବାଢ଼ି ଟୁଇଟ୍‌ କରିଥିଲେ ଟିଏମ୍‌ସିର ଥିଙ୍କ୍‌ ଟ୍ୟାଙ୍କ୍‌ ରାଜନୈତିକ ଷ୍ଟ୍ରାଟେଜିଷ୍ଟ୍‌ ପ୍ରଶାନ୍ତ କିଶୋର।

ଅପରାହ୍ଣ ୩ଟା ସୁଦ୍ଧା ପଶ୍ଚିମବଙ୍ଗରେ ଟିଏମ୍‌ସି ୨୦୨ ଆସନରେ, ବିଜେପି ୭୮ ଆସନରେ ଓ କଂଗ୍ରେସ୍‌ ଗୋଟିଏ ଆସନରେ ଆଗୁଆ ରହିଛି। ଅତି କମରେ ୧୪୮ ଆସନରେ ବିଜୟୀ ଦଳ ରାଜ୍ୟରେ ସରକାର ଗଢ଼ିବ।

Leave A Reply

Your email address will not be published.