Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ଦୈନିକ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୈନିକ ୮ରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଚାଲି ଯାଉଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାରା ରାଜ୍ୟରେ ମେ ୫ରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍।

କୋଭିଡ୍ ନିୟମରେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଅନୁମତି ରହିଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଭଳି କାର୍ଯ୍ୟ ନେଇ ସନ୍ଦେହ ରହିଥିବା ବେଳେ ପିପିଲି ଉପ ନିର୍ବାଚନ ଅଟକିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଅଙ୍କୁଶ ରହିଥିବା ବେଳେ କୋଭିଡ୍ ଗାଇଡଲାଇନ୍ ଭିତରେ ପିପିଲି ଭୋଟ୍‌କୁ ଅନୁମତି ମିଳିଛି।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁସାରେ, ନିର୍ବାଚନ ପ୍ରକ୍ରିୟାକୁ ଲକଡାଉନରୁ ବାଦ୍ ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ଭୋଟଦାନ ହେବ। ନୂଆ କଟକଣା ନିର୍ବାଚନ ଥିବା ଅଞ୍ଚଳରେ ଲାଗୁ ହେବ ନାହିଁ। ଏହି ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, ପୋଲିଂ ଏଜେଣ୍ଟ, ଦଳୀୟ ପ୍ରାର୍ଥୀଙ୍କ ଗତିବିଧି ଉପରେ ରୋକ୍ ଲାଗିବ ନାହିଁ। ଭୋଟ୍ ଦାନ ବେଳେ ଭୋଟର୍ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ବୁଥକୁ ଆସି ଭୋଟ୍ ଦେଇପାରିବେ।

ସୂଚନାଥାଉକି, ମେ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୯ ତାରିଖ ଭୋଟ ଗଣତି ଏବଂ ସେହିଦିନ ହିଁ ଫଳ ପ୍ରକାଶ ପାଇବ।

Leave A Reply

Your email address will not be published.