Odisha Link
Bridging the Missing Links in Odisha

ଲକଡାଉନ ପୂର୍ବରୁ ମଦ ଦୋକାନରେ ପ୍ରବଳ ଭିଡ଼

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ପ୍ରତିଦିନ ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ଦ୍ରୁତ ସଂକ୍ରମଣ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ କରିଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍।

ଲକଡାଉନରେ ସମୟରେ ସମସ୍ତ ବାର ତଥା ମଦ ଦୋକନ ଗୁଡିକ ମଧ୍ୟ ରହିବ। ତେବେ ମଦ ଦୋକାନଗୁଡିକ ଲକ ଡାଉନରେ ବନ୍ଦ ହେବାକୁ ଥିବାବେଳେ ଏବେ ମଦ ଦୋକାନ ଆଗରେ ମଦ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଲୋକମାନେ ମଦ କିଣିବା ପାଇଁ ମଦ ଦୋକାନ ଆଗରେ ଲମ୍ବା ଲାଇନ କରି ଥିବା ବେଳେ ସାମାଜିକ ଦୂରତା ମଧ୍ୟ ପାଳନ କରୁନାହାଁନ୍ତି।

Leave A Reply

Your email address will not be published.