Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ମେ’ ୭ରେ ଶୁଣାଣି

କଟକ: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଥମୁ ନାହିଁ। ଯହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଭଳି ସଙ୍କଟଜନକ ସ୍ଥିତିରେ ଆସନ୍ତା ମେ’ ୧୬ ତାରିଖରେ ହେବାକୁ ଥିବ ପିପିଲି ଉପ-ନିର୍ବାଚନକୁ ବନ୍ଦ କରିବାକୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି।

ପିପିଲି ଉପନିର୍ବାଚନ ହେବ କି ନାହିଁ ଏହାର ଶୁଣାଣି ଆସନ୍ତା ୭ ତାରିଖ କରାଯିବ। କାରଣ ଏନେଇ ନିର୍ବାଚନ କମିଶନ ସମୟ ନେଇଥିବା ଜଣାଯାଇଛି। କରୋନା କଟକଣା ଭିତରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଆବେଦନ ହୋଇଥିଲା।

ସୂଚନାଯୋଗ୍ୟ, ଅପ୍ରେଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା। ପରେ ଉପନିର୍ବାଚନ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବା ସହ କଂଗ୍ରେସ ପକ୍ଷରୁ ହିଁ ପ୍ରାର୍ଥୀପତ୍ର ଦାଖଲ କରାଯିବ ବେଲି ଘୋଷଣା କରାଯାଇଥିଲା। ବିଜେଡ଼ିରୁ ରୁଦ୍ର ମହାରଥି, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେପିରୁ ଆଶ୍ରୀତ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।