Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ତିଆରି ହେଉଛି ରଣନୀତି: ଅପରାଜିତା

ଭୁବନେଶ୍ୱର: ଓଡ଼ିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତି କରୁଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳା ନେଇ ନିଜର ପ୍ରତିକ୍ରିୟା ଦେବା ଅବସରରେ ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା କହିଛନ୍ତି ଯେ, ଆଶାନୁରୂପ ଫଳ ମିଳିନଥିଲେ ମଧ୍ୟ ସନ୍ତୋଷଜନକ ପ୍ରଦର୍ଶନ କରିଛୁ। ପଶ୍ଚିମବଙ୍ଗରେ ଆସନ ସଂଖ୍ୟା ବଢିଛି। ଆସାମରେ ପୁଣି ଶାସନକୁ ଫେରିଛୁ। କେରଳ ଓ ତାମିଲନାଡ଼ୁରେ ମଧ୍ୟ ଆମର ଆସନ ସଂଖ୍ୟା ବଢିଛି। ଏଥିସହ ଓଡ଼ିଶାକୁ ଫୋକସ କରାଯାଇଛି। ଓଡ଼ିଶା ଉପରେ ଏବେ କେନ୍ଦ୍ରୀୟ ସଂଗଠନର ନଜର ରହିଛି। ଓଡ଼ିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ତିଆରି କରୁଛନ୍ତି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ଅନ୍ୟପଟେ, ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଥିେ ଯେ, ପଶ୍ଚିମବଙ୍ଗରେ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗ ଧରିଥିଲେ ବି ମମତାଙ୍କ ଲ୍ୟାଣ୍ଡ ସ୍ଲାଇଡ ଭିକ୍ଟ୍ରି ହୋଇଛି। ମମତାଙ୍କ ଭୋଟ ପ୍ରତିଶତ ବଢିଛି। ଆଞ୍ଚଳିକ ଦଳ ଦବଦବା ଜାହିର କରିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି।

Leave A Reply

Your email address will not be published.