Odisha Link
Bridging the Missing Links in Odisha

ସିଲ୍ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍‌

ଭୁବନେଶ୍ୱର: ସିଲ୍ ହେଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଘଟଣାସ୍ଥଳରେ ବିଏମସି ପହଁଚି। କମିଶନରେଟ ପୋଲିସ ସହାୟତାରେ କାର୍ଯ୍ୟାଳୟ ସିଲ୍‌ କରିଛି। କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ।

ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ଆଣି ଡିସିପି ଅଫିସରେ ଫେରାଦ ହୋଇଛନ୍ତି କୋଭିଡ୍‌ ଯୋଦ୍ଧା। ମେଡିକାଲ ଷ୍ଟାଫ୍‌, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍‌ ସଚେତକମାନେ ଫେରାଦ ହୋଇଛନ୍ତି। ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି। ସାଂସଦଙ୍କ ବିରୋଧରେ କ‌‌‌ଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Comments are closed.