Odisha Link
Bridging the Missing Links in Odisha

ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣା: ମିଳିଥିବା ମାଂସ ଟୁକୁଡ଼ାର କରାଯିବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ୱର: ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ପୋରଣ ଘଟଣାରେ କମିଶନ୍‌ରେଟ୍ ପୋଲିସର ତଦନ୍ତ ଜାରି ରଖିଛି। ଫରେନ୍‌ସିକ୍‌ ଟିମ୍ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛନ୍ତି। ମିଳିଥିବା ମାଂସ ଟୁକୁଡା ଓ ହାଡ଼କୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ଡିଏନ୍‌ଏ ଟେଷ୍ଟ ହେବ ବୋଲି ସୂଚନା ମିଳିଛି।

ନିଖୋଜ ସୀମାଞ୍ଚଳଙ୍କ ପରିବାର ଲୋକଙ୍କ ସାମ୍ପୁଲ ଅଣାଯିବ ଏବଂ ମାଂସ ଟୁକୁଡ଼ାର ଡିଏନ୍‌ଏ ଟେଷ୍ଟ କରି ସାମ୍ପୁଲ ମିଳାଯିବ। ଖଣ୍ଡ ବିଖଣ୍ଡିତ ମାଂସ ଓ ହାଡ଼ ମଣିଷ ନା ଜୀବଜନ୍ତୁଙ୍କର ତାହା ଜାଣିବାକୁ ପୋଷ୍ଟମର୍ଟମ୍‌ କରାଯାଇଛି। ଦାୟିତ୍ୱହିନତା ପାଇଁ ବିସ୍ଫୋରଣ ଘଟିଛି। ଅବହେଳା ପାଇଁ ଦାୟୀ କିଏ ତାର ଖୋଳତାଡ କରୁଛି କମିଶନରେଟ୍ ପୋଲିସ। ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୋଲିସ।

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Comments are closed.