Odisha Link
Bridging the Missing Links in Odisha

ବିନା ମେସେଜରେ ଟିକା କେନ୍ଦ୍ରକୁ ଯିବା ମନା

ଟିକାକରଣ ପାଇଁ ପଞ୍ଜିକରଣ ମେସେଜ ଦେଖାଇବା ବାଧ୍ୟତାମୂଳକ କରାଯାଇଛି

ଭୁବନେଶ୍ବର: ବିନା ମେସେଜରେ ଟିକା କେନ୍ଦ୍ରକୁ ଯିବାକୁ ମନା। ମୋବାଇଲ ଫୋନରେ ମେସେଜ କିମ୍ବା ପୂର୍ବ ସୂଚନା ନଥିଲେ କୌଣସି ବ୍ୟକ୍ତି ଟିକା କେନ୍ଦ୍ରକୁ ଯିବାକୁ ମନା କରାଯାଇଛି। ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଲକଡାଉନର ପ୍ରଥମ ଦିନର ସମୀକ୍ଷା ଅବସରରେ ଏହି ନିଷ୍ପତି ନିଆଯାଇଛି।

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ଲକଡାଉନ ସମୟରେ ଟିକାକରଣ, ସ୍ୱାସ୍ଥ୍ୟସେବା, କୋଭିଡ ପରୀକ୍ଷା ଓଜରୁରୀ ସେବା ସହ ସଂପୃକ୍ତ କାର୍ଯ୍ୟାଳୟ ଖୋଲା ରହିବ। ଟିକାକରଣ ପାଇଁ ପଞ୍ଜିକରଣ ମେସେଜ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ପଞ୍ଜିକୃତ ହୋଇନଥିବା ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ର ଆଗରେ ଅଯଥା ଭିଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପନିବରିବା ହାଟ, ମାଛ, ମାଂସ ଦୋକାନ ପାଇଁ ଯେପରି ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନ ଭିତରେ ଅନ୍ୟୁନ ୩୦ ଫୁଟ ଦୂରତା ରହିବ। ସେନେଇ ମଧ୍ୟ କଡ଼ା ନଜର ରଖିବାକୁ ଗୁରୁତ୍ୱ ଦିଆଯାଇଛି।

ଏଥିସହ କୌଣସି ପରିସ୍ଥିିତିରେ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିବ ନାହିଁ। ମାଇକ୍ ଯୋଗେ ଜନସାଧାରଣଙ୍କୁ ସତର୍କ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସହରାଞ୍ଚଳ କର୍ତୃପକ୍ଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।