Odisha Link
Bridging the Missing Links in Odisha

ଏଣିକି ଘରେ ବସି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମିଳିବ ଅନୁମତି

ଅନୁମତି ପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ

ଭୁବନେଶ୍ଵର: କରୋନା ଦ୍ଵିତୀୟ ଲହର ମୁକାବିଲା ପାଇଁ ରାଜ୍ୟରେ ଜାରି ରହିଛି ୧୪ ଦିନିଆ ଲକଡାଉନ। ଏହି ସମୟରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଆଉ ସମସ୍ତ ଜିନିଷ ଉପରେ କଟକଣା ଜାରି କରାଯାଇଛି। ବାହାଘର ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ ସୀମିତ ଲୋକଙ୍କୁ ନେଇ କରିବାକୁ ଅନୁମତି ମିଳିଛି। ହେଲେ ଏଥିପାଇଁ ଥାନାକୁ ଆସି ଅନୁମତି ନେବାକୁ ପଡେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ରାଜଧାନୀବାସୀଙ୍କ ପାଇଁ ନୂଆ ନିୟମ ଘୋଷଣା କରିଛନ୍ତି।

ଏଣିକି ଘରେ ବସି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଅନୁମତି ମିଳିବ। ବିବାହ ଅନୁମତି ପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ୍‌ କରିବେ। ହ୍ଵାଟ୍ସଆପ୍ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ଫର୍ମାଟ ଯିବ।

ଫର୍ମାଟ୍ ପୂରଣ କରି ପୋଲିସ ପାଖକୁ ପଠାଇବାକୁ ପଡିବ। ଏହା ପରେ ଯାଇ କମିଶନରେଟ୍ ପୋଲିସରୁ ଆପଣଙ୍କୁ ମୋବାଇଲ୍‌ରେ ଅନୁମତି ପତ୍ର ମିଳିବ। ଏ ନେଇ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.