Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ଅପରିବର୍ତ୍ତିର ରହିଥିବା ବେଳେ ଏବେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୯୯ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୮୧.୪୨ ଟଙ୍କାକୁ ବୃଦ୍ଧି ହୋଇଛି। ମୁମ୍ବାଇରେ ପେଟ୍ରୋଲର  ୯୭.୩୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ୮୮.୪୯ ଟଙ୍କାକୁ ବୃଦ୍ଧି ହୋଇଛି।

ମେ’ ୪ ରେ ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୮ ପଇସା ବୃଦ୍ଧି କରାଯାଇଥିଲା। ଏହାପରେ, ମେ ୫ ରେ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ମହଙ୍ଗା ହୋଇଥିଲା। ଲଭାତାର ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୬୯ ପଇସା ବୃଦ୍ଧି ପାଇଛି।

ଆନ୍ତର୍ଜାତୀୟ ଅଶୋଧିତ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଆଧାରରେ ଏହି ଦର ସ୍ଥିର କରାଯାଏ। ବିଶ୍ୱରେ ଏବେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୬୬ – ୬୭ ଡଲାରରୁ ବୃଦ୍ଧି ପାଇ ବୁଧବାର ବ୍ୟାରେଲ ପିଛା ୬୯ ଡଲାର ହୋଇଛି। ନିକଟରେ ବିଶ୍ୱରେ ଅଶୋଧିତ ତେଲର ଉତ୍ପାଦ ମୂଲ୍ୟ ବୃଦ୍ଧି ହୋଇଛି। ହେଲେ ନିର୍ବାଚନ ବେଳେ ତେଲ ଦର ସ୍ଥିର ରହିଥିବାରୁ ତେଲ କମ୍ପାନୀମାନେ ଲିଟର ପିଛା ୨-୩ ଟଙ୍କା କ୍ଷତି ସହୁଥିଲେ।

Leave A Reply

Your email address will not be published.