Odisha Link
Bridging the Missing Links in Odisha

ବିବାହର ୬ ଘଣ୍ଟା ପରେ ସ୍ତ୍ରୀଙ୍କ ମୃତ୍ୟୁ, ଶାଶୁଘରେ ସ୍ୱାଗତ ବଦଳରେ ହେଲା ଅନ୍ତ୍ୟେଷ୍ଟି

ବିହାର: ବେଦୀରେ ପରକନ୍ୟା ବିବାହ କଲେ। ସାତ ଜନ୍ମର ସାଥି ହେବାକୁ ଶପଥ ବି ନେଲେ। ମାତ୍ର ବିବାହ କରିବାର ୬ଘଣ୍ଟା ପରେ ପ୍ରାଣ ହରାଇଲେ ନବବଧୂ। ପାଲିଙ୍କିର ବସି ଶାଶୁ ଘରକୁ ଯିବା ବଦଳରେ ଉଠିଲା କୋକେଇ। ସ୍ୱାମୀ କଲେ ଅନ୍ତ୍ୟେଷ୍ଟି କ୍ରିୟା। ଏଭଳି ଏକ ଅତି ଦୁଃଖଦ ଘଟଣା ଘଟିଛି ବିହାର ମୁଙ୍ଗେର ଜିଲ୍ଲାର ଖୁଦିଆ ଗ୍ରାମରେ।

ସୂଚନା ମୁତାବକ, ମୁଙ୍ଗେର ଜିଲ୍ଲାର ଖୁଦିଆ ଗ୍ରାମର ନିଶା କୁମାରୀଙ୍କ ସହ ମହାକାଳ ଗ୍ରାମର ସୁରେଶ ଯାଦବଙ୍କ ପୁଅ ରଂଜନ ଯାଦବଙ୍କ ବିବାହ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ତାରିଖ ଓ ସମୟରେ କରୋନା କଟକଣା ମଧ୍ୟରେ କିଛି ଲୋକଙ୍କ ଉପସ୍ଥିତିରେ ବିବାହ ଉତ୍ସବ ହୋଇଥିଲା।

ବିବାହ ହେବା ପରେ ନବ ବଧୂ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଦୁଇ ପରିବାର ତରବରିଆ ଭାବେ ତାଙ୍କୁ ତାରାପୁରର ଏକ କମ୍ୟୁନିଟି ସେଣ୍ଟରରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭାଗଲପୁରକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିଶା।

ମୃତ୍ୟୁ ପରେ ନବବଧୂର ମୃତଦେହକୁ ସୋମବାର ସକାଳେ ଶାଶୁଘର ଅଭିମୁେଖେ ଶବଦାହ ପାଇଁ ନିଆଯାଇଥିଲା। ତାଙ୍କ ସ୍ୱାମୀ ତାଙ୍କର ସମସ୍ତ ରୀତିନୀତି କରିଥିଲେ।

Leave A Reply

Your email address will not be published.