Odisha Link
Bridging the Missing Links in Odisha

୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ ଟିକା, ପରୀକ୍ଷଣ ପାଇଁ ମିଳିଲା ମଞ୍ଜୁରୀ

ଦିଲ୍ଲୀ ଓ ପାଟନା ଏମ୍ସ ସହିତ ନାଗପୁର ସ୍ଥିତ ମେଡ୍ରିଟିନା ଚିକିତ୍ସା ବିଜ୍ଞାନ କେନ୍ଦ୍ରରେ କରାଯିବ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବଢ଼ିଚାଲିଛି । ଯଦି କରୋନାର ତୃତୀୟ ଲହର ଆସେ, ତେବେ ଶିଶୁମାନେ ବେଶି ଆକ୍ରାନ୍ତ କରିବାର ଆଶଙ୍କା ରହିଛ । ଏଭଳି ସ୍ଥିତିରେ ଟିକାକରଣ ନିମେନ୍ତ ଯୋଜନା କରାଯାଉଛି। ବର୍ତ୍ତମାନ ଦେଶରେ ୧୮ରୁ ଅଧିକ ବର୍ଷୀୟଙ୍କୁ ଟିକା ଦିଆଯାଉଛି। ତେବେ ୨ରୁ ୧୮ ବର୍ଷୀୟଙ୍କୁ ଖୁବ୍ ଶୀଘ୍ର ଟିକା ଦିଆଯିବ।

ଭାରତ ବାୟୋଟେକକୁ ପରୀକ୍ଷଣ ପାଇଁ ବିଶେଷଜ୍ଞ ଟିମ୍ ସୁପାରିଶ କରିଛନ୍ତି। ଏହି ପରୀକ୍ଷଣ ଦିଲ୍ଲୀ ଓ ପାଟନା ଏମ୍ସ ସହିତ ନାଗପୁର ସ୍ଥିତ ମେଡ୍ରିଟିନା ଚିକିତ୍ସା ବିଜ୍ଞାନ କେନ୍ଦ୍ରରେ କରାଯିବ। ପୂର୍ବରୁ ଭାରତ ବାୟୋଟେକ ୨ରୁ ୧୮ ବର୍ଷୀୟଙ୍କ ଟିକା ନେଇ ପରୀକ୍ଷଣ ପାଇଁ ଅନୁମତି ମାଗିଥିଲା।

ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ର କୋଭିଡ-୧୯ ବିଶେଷଜ୍ଞ ଟିମ୍ ଏହା ଉପରେ ବିଚାର କରିବା ପରେ ପରୀକ୍ଷଣ ପାଇଁ ସୁପାରିଶ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.