Odisha Link
Bridging the Missing Links in Odisha

ଦେଶରେ କରୋନା: ଦିନକରେ ୪୨୦୫ ମୃତ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୨୦୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦିନକରେ ୩ ଲକ୍ଷ ୪୮ ହଜାର ୪୨୧ ଜଣ ଆକ୍ରାନ୍ତ ହୋଇଛନ୍ତି।

ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୯୭କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮୭କୁ ବୃଦ୍ଧି ପାଇଛି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୪ ହଜାର ୯୯ ଜଣ ରହିଛନ୍ତି।

ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ରେ ପହଞ୍ଚିଛି। ୧୭ କୋଟି ୫୨ ଲକ୍ଷ ୩୫ ହଜାର ୯୯୧ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Leave A Reply

Your email address will not be published.