Odisha Link
Bridging the Missing Links in Odisha

ଟିକା ଅଭାବ ସମୟରେ ଟିକା ଅପଚୟ ତାଲିକା ପ୍ରକାଶ, ଶୀର୍ଷରେ…

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ସାରାଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି। ଟିକାର ଅଭାବ କାରଣରୁ ଟିକାକରଣ ପ୍ରକ୍ରିୟାରେ ଅନିୟମିତତା ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ବିପୁଳ ପରିମାଣରେ ଟିକା ନଷ୍ଟ ହେଉଛି। ଟିକା ଅପଚୟ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଶୀର୍ଷରେ ରହିଛି ହରିୟାଣା, ଆସାମ ଏବଂ ରାଜସ୍ଥାନ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ।

କେନ୍ଦ୍ର ମନ୍ତ୍ରାଳୟର ସୂଚନା ମୁତାବକ, ହରିୟାଣାରେ ୬.୪୯ ପ୍ରତିଶତ, ଆସାମରେ ୫.୯୨ ପ୍ରତିଶତ, ରାଜସ୍ଥାନରେ ୫.୬୮ ପ୍ରତିଶତ କରୋନା ଟିକା ନଷ୍ଟ ହୋଇଛି। ମେଘାଳୟରେ ୫.୬୭ ପ୍ରତିଶତ ଓ ବିହାରରେ ୫.୨୦ ପ୍ରତିଶତ ଏବଂ ମଣିପୁରରେ ୫.୧୯ ପ୍ରତିଶତ ଏବଂ ପଞ୍ଜାବରେ ୪.୯୪ ପ୍ରତିଶତ ଦାଦ୍ରା ନଗର ହେବାଳୀରେ ୪.୫ ପ୍ରତିଶତ ଏବଂ ତାମିଲନାଡ଼ୁରେ ୪.୧୩ ପ୍ରତିଶତ, ନାଗାଲାଣ୍ଡରେ ୩.୩୬ ପ୍ରତିଶତ ଟିକା ଅପଚୟ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆଜି ସକାଳ ସୁଦ୍ଧା ଉପଲବ୍ଧ ଡାଟା ଅନୁଯାୟୀ ପାଖାପାଖି ୧୮ କୋଟି ଡୋଜ୍ (୧୭,୯୩,୫୭,୮୬୦) କୋଭିଡ ଟିକାର ଅପଚୟ ଘଟିଛି। ଏଥିସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦଶ ପ୍ରଶାସନ ନିକଟରେ ମୋଟ ୯୦ ଲକ୍ଷ କରୋନା ଟିକାର ଡୋଜ ଉପଲବ୍ଧ ରହିଛି । ତେବେ ଆଗାମୀ ୩ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କରୋନା ଟିକାର ଡୋଜ୍ ପାଇବେ।

Leave A Reply

Your email address will not be published.