Odisha Link
Bridging the Missing Links in Odisha

ଆସିଲେନି ସମ୍ପର୍କୀୟ, ଝିଅଙ୍କ ସହ ମିଶି ଡାକ୍ତର କଲେ କରୋନା ମୄତକଙ୍କ ଶବ ସତ୍କାର

କୁରାମୁଣ୍ଡା ସିଏଚସିର ଡାକ୍ତର ସୁଦୀପ୍ତ ସାହୁ ଏବଂ ତାଙ୍କ ସହକର୍ମୀ ସେଠାରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଶବ ପଡି ରହିବା ପରେ ମଧ୍ୟ ଶବ ସତ୍କାର ପାଇଁ କେହି ନ ଆସିବାରୁ ଡାକ୍ତର ନିଜେ ପିପିଇ କିଟ୍ ପିନ୍ଧି ମୄତ ଭଗବାନ ମରେଇଙ୍କ ଝିଅଙ୍କ ସହ ମିଶି ଶବ ସତ୍କାର କରିଥିଲେ।

ପଦ୍ମପୁର: କାୟା ମେଲାଉଛି କରୋନା ସଂକ୍ରମଣ। ଏପରିକି ମହାମାରୀର କରାଳ ରୂପରେ ଚାଲିଯାଉଛି ଅନେକ ଜୀବନ। ଗୋଟିଏ ପଟେ ମୃତ୍ୟୁର ହାହା କାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ପଦାରେ ପଡ଼ୁଛି ମଣିଷର ମାନବିକତା। ଏପରିକି ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର ପାଇଁ ମିଳୁନି ୪ କାନ୍ଧ। କରୋନା ସଂକ୍ରମଣ ଭୟରେ ନିଜ ସମ୍ପର୍କୀୟମାନଙ୍କ ଶବ ପଡ଼ି ରହିଥିଲେ ମଧ୍ୟ ଶବ ସଂସ୍କାର ପାଇଁ କେହି ଆସୁନାହାନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କୋଭିଡ ଆକ୍ରାନ୍ତଙ୍କ ଶବ ସତ୍କାର କରିଛନ୍ତି ବୁକୁରାମୁଣ୍ଡା ସିଏଚସିର ଡାକ୍ତର ସୁଦୀପ୍ତ ସାହୁ। ଡାଙ୍କରଙ୍କ ଏଭଳି କାର୍ଯ୍ୟକୁ ନେଇ ଲାଗି ରହିଛି ଚର୍ଚ୍ଚା।

ମିଳିଥିବା ସୂଚନା ମୁତାବିକ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ପଞ୍ଚାୟତ ଲହଙ୍ଗିର ଗ୍ରାମର ଭଗବାନ ମରେଇ ଦୀର୍ଘ ୫ ଦିନ ହେବ କୋଭିଡ୍ ଆକ୍ରାନ୍ତ ହୋଇ ଘରୋଇ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ।ହେଲେ ବୁଧବାର ଅପରାହ୍ନ ପ୍ରାୟ ୪ଟା ବେଳେ ଭଗବାନଙ୍କ ମୃତ୍ୟୁ ହୋଇଥିଲା।

ଭଗବାନଙ୍କ ମୃତ୍ୟୁ ଖବର ପାଇ କରୋନା ଭୟରେ ଶବ ସତ୍କାର ପାଇଁ ତାଙ୍କ ସମ୍ପର୍କୀୟ ତଥା ସାହି ପଡିଶାରୁ କେହି ଆସିନଥିଲେ। ଏ ବିଷୟରେ ପରିବାର ଲୋକେ ବୁକୁରାମୁଣ୍ଡା ସିଏଚସିକୁ ଜଣାଇଥିଲେ। ବୁକୁରାମୁଣ୍ଡା ସିଏଚସିର ଡାକ୍ତର ସୁଦୀପ୍ତ ସାହୁ ଏବଂ ତାଙ୍କ ସହକର୍ମୀ ସେଠାରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଶବ ପଡି ରହିବା ପରେ ମଧ୍ୟ ଶବ ସତ୍କାର ପାଇଁ କେହି ନ ଆସିବାରୁ ଡାକ୍ତର ନିଜେ ପିପିଇ କିଟ୍ ପିନ୍ଧି ମୄତ ଭଗବାନ ମରେଇଙ୍କ ଝିଅଙ୍କ ସହ ମିଶି ଶବ ସତ୍କାର କରିଥିଲେ।

Leave A Reply

Your email address will not be published.