Odisha Link
Bridging the Missing Links in Odisha

କରୋନାରୁ ସୁସ୍ଥ ହେଲେ ଆଉ୧୧୮୨୧ ଆକ୍ରାନ୍ତ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହାର ହୁହୁ ହେଇ ବଢ଼ୁଥିବା ବେଳେ ଥମିବାର ନାଁ ଧରୁନାହିଁ। ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗୁନି। ମାତ୍ର ଏହାରି ମଧ୍ୟରେ ଗତ ଦୁଇ ଦିନ ହେବ ୧୧ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧୮୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୨୬୩୫୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସୁନ୍ଦରଗଡ ଜିଲ୍ଲାରୁ ରେକର୍ଡ ସର୍ବାଧିକ ୧୯୨୧ କୋଭିଡ୍-୧୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ଖୋର୍ଦ୍ଧା ଜିଲ୍ଲାରୁ ୧୫୯୬, କଟକ ଜିଲ୍ଲାରୁ ୧୦୫୨, କଳାହାଣ୍ଡିରୁ ୫୭୫, ଅନୁଗୋଳରୁ ୫୬୨, ସମ୍ବଲପୁରରୁ ୫୩୩, ବରଗଡରୁ ୪୫୭, ଝାରସୁଗୁଡାରୁ ୪୪୨, ପୁରୀରୁ ୪୩୩, ବଲାଙ୍ଗୀରରୁ ୩୧୮, ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୭୫୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୨୨୯୮୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୭୩୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । କରୋନାରେ ଆଉ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ଘଟିଛି।

Leave A Reply

Your email address will not be published.