Odisha Link
Bridging the Missing Links in Odisha

କୋଭିଡ୍‌ କଟକଣା ବେଳେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ, ଭଙ୍ଗା ହେବ ୩ ଐତିହାସିକ କୋଠା

ମିଳିଥିବା ସୂଚନା ମୁତାବିକ ଜାତୀୟ ସଂଗ୍ରାହଳୟରେ ଅନେକ ପୁରୁଣା ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ପ୍ରାଇସଲେସ କଏନ, ପେଣ୍ଟିଂ, ଅଳଙ୍କାର ଓ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ ଅନେକ ଜିନିଷ ସଂରକ୍ଷିତ ହୋଇ ରହିଛି। ଏହି ସବୁ ଜିନିଷ ଗୁଡ଼ିକୁ ଉତ୍ତର କିମ୍ବା ଦକ୍ଷିଣ ବ୍ଲକକୁ ସ୍ଥାନାନ୍ତର ହେବ।

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ କୋଭିଡ୍‌ ସହ ଯୁଝୁଥିବା ବେଳେ ଯୋରସୋର୍‌ରେ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ କାର୍ଯ୍ୟ। ଗତ କିଛି ସପ୍ତାହ ହେଲା ରାଜଧାନୀର ରାଜପଥର ଦୁଇ ପାର୍ଶ୍ବ ଖୋଳା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସ ସମେତ ନୂଆ ସଂସଦ ଭବନ ଭାବେ ପରିଚିତ ସେଣ୍ଟ୍ରାଲ ଭିଷ୍ଟା ୨୦୨୨ ସୁଦ୍ଧା ନିର୍ମାଣ ଶେଷ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ଏଥିପାଇଁ ଭଙ୍ଗାଯିବ ଦିଲ୍ଲୀର ୩ଟି ଐତିହାସିକ କୋଠା। ଦିଲ୍ଲୀରେ ଥିବା ଜାତୀୟ ସଂଗ୍ରାହଳୟ, ଇନ୍ଦିରା ଗାନ୍ଧି ନ୍ୟାଶନାଲ ସେଣ୍ଟର ଫର ଆର୍ଟସ (ଆଇଜିଏନସିଏ) ଏବଂ ନ୍ୟାଶନାଲ ଆରକ୍ରାଇଭ୍ସ ଆନେକ୍ସ-ଏମ୍ବଲମେଟିକ ଅଫ ହିଷ୍ଟ୍ରୀ ଓ କଲଚର ଭଙ୍ଗାଯିବ ବୋଲି ସୂଚନା ରହିଛି।

ଏଥିସହିତ ସେଣ୍ଟ୍ରାଲ ଭିଷ୍ଟା ପାଇଁ ଭଙ୍ଗା ଯିବାକୁ ଥିବା ଅନ୍ୟ କୋଠା ଗୁଡ଼ିକ ହେଲା ଶାସ୍ତ୍ରୀ ଭବନ, କୃଷି ଭବନ, ବିଜ୍ଞାନ ଭବନ,ଉପରାଷ୍ଟ୍ରପତିଙ୍କ ବାସଭବନ,, ଜବାହର ଭବନ, ଉଦ୍ୟୋଗ ଭବନ ଓ ରକ୍ଷା ଭବନ। ପାଖାପାଖୀ ୪,୫୮,୮୨୦ ବର୍ଗ ମିଟର ଅଞ୍ଚଳକୁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଶେଷ କରିବା ପାଇଁ ଭଙ୍ଗାଯିବ।

ମିଳିଥିବା ସୂଚନା ମୁତାବିକ ଜାତୀୟ ସଂଗ୍ରାହଳୟରେ ଅନେକ ପୁରୁଣା ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ପ୍ରାଇସଲେସ କଏନ, ପେଣ୍ଟିଂ, ଅଳଙ୍କାର ଓ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ ଅନେକ ଜିନିଷ ସଂରକ୍ଷିତ ହୋଇ ରହିଛି। ଏହି ସବୁ ଜିନିଷ ଗୁଡ଼ିକୁ ଉତ୍ତର କିମ୍ବା ଦକ୍ଷିଣ ବ୍ଲକକୁ ସ୍ଥାନାନ୍ତର ହେବ।

Leave A Reply

Your email address will not be published.