Odisha Link
Bridging the Missing Links in Odisha

ଗୋମୁତ୍ର ପିଉଥିଲେ କୋଭିଡ୍‌ ହେବନାହିଁ: ସାଂସଦ ପ୍ରଜ୍ଞା

ପ୍ରଜ୍ଞା କହିଛନ୍ତି ଯେ ପିପ୍ପଳ, ତୁଳସୀ ଓ ବରଗଛ ଚାରା ପାଖରେ ରୋପଣ କଲେ ଅତିରିକ୍ତ ଅମ୍ଲଜାନ ନେବାର କୌଣସି ଆବଶ୍ୟକତା ପଡ଼ିବନାହିଁ।

ଭୋପାଳ: ସେ ଦୈନିକ ଗୋମୁତ୍ର ପିଉଛନ୍ତି। ତେଣୁ ତାଙ୍କୁ କୋଭିଡ୍‌ ରୋଗ ଛୁଇଁବ ନାହିଁ। ଏଭଳି ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ଠାକୁର। ଗୋମୁତ୍ର କରୋନା ସଂକ୍ରମଣକୁ ଅଟକାଇବାରେ ସକ୍ଷମ ବୋଲି ସେ ଦାବି କରିଛନ୍ତି।

ଭୋପାଳ ନିକଟ ବୈରଗଡ଼ରେ ଜନତାଙ୍କୁ ଅକ୍ସିଜେନ୍‌ କନସେନ୍‌ଟ୍ରେଟର୍‌ ବଣ୍ଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରଜ୍ଞା କହିଛନ୍ତି ଯେ ଦେଶୀ ଗୋମୂତ୍ର ଅର୍କ (ଗୋମୂତ୍ରକୁ ଶୁଦ୍ଧ କରି ପ୍ରସ୍ତୁତ କରାଯାଇଥିବା ଏକ ତରଳ) ନିୟମିତ ସେବନ କଲେ ଫୁସ୍‌ଫୁସ୍‌ ସଂକ୍ରମଣ ହେବନାହିଁ। ସେ ଏହାକୁ ଦୈନିକ ପିଅନ୍ତି ଓ ସେହି କାରଣରୁ ସେ କୌଣସି ଔଷଧ ସେବନ ନକରି ମଧ୍ୟ ତାଙ୍କୁ କୋଭିଡ୍‌ ଛୁଇଁ ପାରୁନାହିଁ ବୋଲି ଦାାବି କରିଛନ୍ତି ପ୍ରଜ୍ଞା।

ମାଲେଗାଓଁ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ପ୍ରଜ୍ଞା କହିଛନ୍ତି ଯେ ପିପ୍ପଳ, ତୁଳସୀ ଓ ବରଗଛ ଚାରା ପାଖରେ ରୋପଣ କଲେ ଅତିରିକ୍ତ ଅମ୍ଲଜାନ ନେବାର କୌଣସି ଆବଶ୍ୟକତା ପଡ଼ିବନାହିଁ। ଭୋପାଳରେ ୧ କୋଟି ଛାରା ରୋପଣ କରାଯିବ ବୋଲି ଏ ସଭାରେ ସେ ଘୋଷଣା କରିଥିଲେ।

୨୦୧୯ରେ ସେ କହିଥିଲେ ଯେ ତାଭ୍କା କ୍ୟାନ୍ସର ହୋଇଥିଲା ଓ ଗୋମୂତ୍ର ଓ ଅନ୍ୟ ଗୋଜାତ ଦ୍ରବ୍ୟ ମିଶ୍ରଣ ପିଇବା ପରେ ସେ କ୍ୟାନ୍ସରମୁକ୍ତ ହେଲେ।

Leave A Reply

Your email address will not be published.