Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ! ୨୩ରେ ହୋଇପାରେ ବାତ୍ୟା

ଭୁବନେଶ୍ବର: ଆରବ ସାଗରେ ସୃଷ୍ଟି ହୋଇ ତାଣ୍ଡବ ରଚିଥିବା ବାତ୍ୟା ‘ତାଉତେ’ର ପ୍ରକୋପ ନଯାଉଣୁ ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ। ଏଥିସହିତ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତାଉତେ’ର ସଠିକ୍‌ ଆକଳନ ନେଇ ସେ ପାଣିପାଗ ବିଭାଗକୁ ପ୍ରଶଂସା କରିଛନ୍ତି।

ଅପରପକ୍ଷେ, ସାଇକ୍ଲୋନ୍‌ ସେଣ୍ଟରର ମୁଖ୍ୟ ରାଜେନ୍ଦ୍ର ଜେନା କହିଛନ୍ତି ଯେ, କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ କିମ୍ବା ୨୫ ବେଳକୁ ବାତ୍ୟା ହୋଇ ପାରେ ବୋଲି ସେ କହିଛନ୍ତି। କିନ୍ତୁ ଏନେଇ ସଠିକ ଭାବେ କିଛି ଆକଳନ କରାଯାଇନାହିଁ । ଏବେ ‘ତାଉତେ’କୁ ନେଇ ଅନୁଶୀଳନ କରାଯାଉଛି । ଆସନ୍ତାକାଲି ବେଳକୁ ଏନେଇ ସୂଚନା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.