Odisha Link
Bridging the Missing Links in Odisha

ଆସନ୍ତା ୧୯ରୁ ରାଜ୍ୟରେ ପୁଣି ଦିଆଯିବ କୋଭିଡ୍‌ ଟିକା

ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି କୋଭିଡ ଟିକା ଦିଆଯିବ

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ମହାମାରୀ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। ବଢୁଥିବା କରୋନା ମହାମାରୀକୁ ନଜରରେ ରଖି ଦେଶବାସୀଙ୍କୁ ସତର୍କ ରହିବା ପାଇଁ ସରକାର ଉଦ୍ବୋଧନ ଦେଇଥିଲେ। କରୋନାରୁ ନିଜକୁ ସୁରକ୍ଷା ରଖିବା ପାଇଁ ସମସ୍ତଙ୍କୁ ଟୀକା ନେବା ପାଇଁ କୁହାଯାଇଥିଲା। ରାଜ୍ୟରେ କରୋନା ଟୀକା ଶେଷ ହୋଇଯାଇଥିବାରୁ ଅନେକ ଟୀକା ନେବାରୁ ବଂଚିତ ହୋଇଥିବାବେଳେ ଆସନ୍ତା ୧୯ରୁ ରାଜ୍ୟରେ ପୁଣି କୋଭିଡ୍‌ ଟିକାଦାନ ଅଭିଯାନ ଆରମ୍ଭ ହେବାକୁ ଯାଉଛି।

ସୂଚନା ଅନୁସାରେ ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି କୋଭିଡ ଟିକା ଦିଆଯିବ। ଦ୍ୱିତୀୟ ଏବଂ ପ୍ରିକସନ୍ ଡୋଜ୍ ନେବା ପାଇଁ ସମୟ ହୋଇଥିଲେ ବ୍ୟକ୍ତି ନେଇପାରିବେ ଟିକା। ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କୋଭିସିଲ୍ଡ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.