Odisha Link
Bridging the Missing Links in Odisha

ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ବସ୍ ଧର୍ମଘଟ ଆସନ୍ତାକାଲିଠୁ ହେବାକୁ ଥିଲା। ଘରୋଇ ବସ୍ ମାଲିକ ସଂଘ ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପୀ ବସ ଧର୍ମଘଟ କରିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲା। ବର୍ତ୍ତମାନ ଏହି ବସ ଧର୍ମଘଟ ସ୍ଥଗିତ ରଖାଯାଇଛି ବୋଲି ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛି।

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତାକାଲିଠୁ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ କରାଯାଇଛି ବୋଲି ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ୧୦ଟି ରୁ ସରକାର ୩ଟି ଦାବି ମାନିଛନ୍ତି। ବାକି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି।

ମାର୍ଚ୍ଚ ୩୧ ସୁଦ୍ଧା ଦାବି ପୁରଣ ନହେଲେ ପରବର୍ତୀ ନିଷ୍ପତି ସଂଘ ଦ୍ୱାରା ନିଆଯିବ। ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦିନ ସମୟରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଥିବା ଜଣା ପଡିଛି। ଆସନ୍ତାକାଲିଠାରୁ ବସ ପୁଣି ସ୍ୱାଭାବିକ ଭାବେ ଚାଲିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.