Odisha Link
Bridging the Missing Links in Odisha

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ନୂଆ ସୁବିଧା

ଏହି ବିକଳ୍ପକୁ ଏବଲ ଏବଂ ଡିସାବଲ୍ କରିପାରିବେ ହ୍ବାଟ୍ସଆପ୍‌ ବ୍ୟବହାରକାରୀ

ଓଏଲ୍ ବ୍ୟୁରୋ : ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ହ୍ବାଟ୍ସଆପ୍‌ରେ ନୂଆ ସୁବିଧା। ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଯଦି ହ୍ବାଟ୍ସଆପ୍‌ରେ ଆସୁଥିବା କାହାର ଷ୍ଟାଟସ୍ ଦେଖନ୍ତି ତେବେ ହ୍ବାଟ୍ସଆପ୍‌ରେ ଷ୍ଟାଟସ୍ ଦେଇଥିବା ବ୍ୟକ୍ତି ଜାଣି ପାରିବେ ନାହିଁ। କିଛି ଦିନ ପୂର୍ବରୁ ଏହି ସୁବିଧା ଆରମ୍ଭ ହୋଇଥିବା ବେଳେ ଅନେକ ଏଥିପ୍ରତି ଅବଗତ ନଥିବା ଜଣା ପଡ଼ିଛି। ତେବେ ଏହି ନୂତନ ସୁବିଧା ହ୍ବାଟ୍ସଆପ୍‌ରେ ଉପଲବ୍ଧ ପାଇଁ ସର୍ବପ୍ରଥମେ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କୁ ହ୍ବାଟ୍ସଆପ୍ ଖୋଲିବାକୁ ପଡିବ। ଖୋଲିବା ପରେ ଉପରେ ଦିଆଯାଇଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରିବେ। ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରିବା ମାତ୍ରେ ସେଟିଂର ବିକଳ୍ପ ସାମ୍ନାରେ ଦେଖାଯିବ, ଏଵଂ ସେଥିରେ କ୍ଲିକ୍ କରିବେ।

ସେଟିଂରେ ଅନେକ ଅପ୍‌ସନ୍‌ ସାମ୍ନାକୁ ଆସିବ। ଏଥି ମଧ୍ୟରୁ ହ୍ବାଟ୍ସଆପ୍‌ରେ ବ୍ୟବହାରକାରୀଙ୍କୁ ଆକାଉଣ୍ଟ ଅପ୍‌ସନ୍ ଉପରେ କ୍ଲିକ୍ କରିବାକୁ ପଡିବ। ଆକାଉଣ୍ଟ୍ ଅପ୍ସନ୍ ଉପରେ କ୍ଲିକ୍ କରିବା ଦ୍ୱାରା ହ୍ବାଟ୍ସଆପ୍‌ରେ ବ୍ୟବହାରକାରୀଙ୍କୁ ଗୋପନୀୟତା ବିକଳ୍ପ ଦେଖାଯିବ। ଏବଂ ସେଥିରେ କ୍ଲିକ୍ କରିବାକୁ ପଡ଼ିବ। କ୍ଲିକ୍ କରିବା ମାତ୍ରେ, ଅନେକ ବିକଳ୍ପ ସାମ୍ନାରେ ଦେଖାଯିବ, ଯେଉଁଥିରେ ରିଡ୍ ରିସିପଟ୍ସ ନାମକ ବିକଳ୍ପ ଦେଖିବେ। ଏହି ଅପ୍‌ସନ୍ ଉପରେ କ୍ଲିକ୍ କରି ଅପ୍‌ସନ୍‌କୁ ଡିସାବଲ୍ କରିବାକୁ ପଡିବ।

ଯଦି ରିଡ୍ ରିସିପଟ୍ସ ବିକଳ୍ପକୁ ଡିସାବଲ୍ କରନ୍ତି, ତେବେ ଯଦି ହ୍ବାଟ୍ସଆପ୍‌ ବ୍ୟବହାରକାରୀ କୌଣସି ବ୍ୟକ୍ତିର ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଖନ୍ତି, ତେବେ ସେ ତାହା ଜାଣିପାରିବେ ନାହିଁ। ସିନ୍ସ ତାଲିକାରେ ନାମ ଦେଖାଯିବନାହିଁ। ଅପରପକ୍ଷେ କେବେ ବି ଏହି ବିକଳ୍ପକୁ ଏବଲ ଏବଂ ଡିସାବଲ୍ କରିପାରିବେ। ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ନୂତନ ସୁବିଧା ହ୍ବାଟ୍ସଆପ୍‌ରେ ଉପଲବ୍ଧ ହୋଇଛି।

Leave A Reply

Your email address will not be published.