Odisha Link
Bridging the Missing Links in Odisha

କଣ୍ଠଶିଳ୍ପୀ ତପୁ ମିଶ୍ର ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

ଭୁବନେଶ୍ବର: ମହାମାରୀ କରୋନାର କଳା ବାଦଲରେ ସାରା ରାଜ୍ୟ। ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏସବୁ ମଧ୍ୟରେ ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କରୋନା ଚିହ୍ନଟ ହେବା ପରେ ତପୁ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବିକ ତପୁଙ୍କ ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଛି।ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେ ଏବେ ଆଇସିୟୁରେ ଚିକିତ୍ସା ହେଉଥିବା ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି।

ଅପରପକ୍ଷେ, ଓଲିଉଡ୍‌ କଳାକାରମାନେ ସମସ୍ତେ ତପୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ବିଶେଷ ଭାବେ ଅଭିନେତା ଆକାଶ ଓ ଅନ୍ୟ କଳାକାରମାନେ ତାଙ୍କର ଉତ୍ତମ ଚିକିତ୍ସା ନେଇ ବ୍ୟବସ୍ଥା କରିଛନ୍ତି ।

Leave A Reply

Your email address will not be published.