Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ଏନ୍‌କାଉଣ୍ଟର: ୧୩ ନକ୍ସଲ ନିହତ, ସର୍ଚ୍ଚ ଅପରେସନ୍‌ ଜାରି

ଡିଆଇଜି ସନ୍ଦିପ ପାଟିଲଙ୍କ କହିବାନୁସାରେ, ଆଟାପଲ୍ଲୀ ବନାଞ୍ଚଳରେ ଏହି ଅପରେସନ୍ ହୋଇଛି । ଏଥିରେ ଅତି କମରେ ୧୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀ କରୋନା ସଂକ୍ରମଣ କାୟା ମେଲାଉଥିବା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନ୍‌କାଉଣ୍ଟର। ସାରା ଦେଶ ମହାମାରୀ କରୋନା ସଂକ୍ରମଣ ସହ ଲଢ଼େଇ କରୁଥିବା ବେଳେ ମହାରାଷ୍ଟ୍ରରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଗଡଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ଗୁଳିବିନିମୟରେ ୧୩ ଜଣ ନକ୍ସଲ ପ୍ରାଣ ହରାଇଥିବା ବେଳେ ଘଟଣାସ୍ଥଳରୁ ୬ଟି ମୃତଦେହ ଜବତ କରାଯାଇଛି।

ଡିଆଇଜି ସନ୍ଦିପ ପାଟିଲଙ୍କ କହିବାନୁସାରେ, ଆଟାପଲ୍ଲୀ ବନାଞ୍ଚଳରେ ଏହି ଅପରେସନ୍ ହୋଇଛି । ଏଥିରେ ଅତି କମରେ ୧୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନା ମୁତାବିକ, କସାନପୁର ଦଲମର କିଛି ମାଓ କ୍ୟାଡର୍ କେନ୍ଦୁ ପତ୍ର ନିଲାମକୁ ନେଇ ଗ୍ରାମବାସୀଙ୍କ ସହ ବୈଠକ କରୁଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା। ମାଓବାଦୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ବାହାରୁଥିବା ବେଳେ ସେମାନଙ୍କ କ୍ୟାମ୍ପକୁ ସୁରକ୍ଷାକର୍ମୀ ଘେରି ଯାଇଥିଲେ। ଏହାପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।

ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ୧୩ ଜଣ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଉଛି।

Leave A Reply

Your email address will not be published.