Odisha Link
Bridging the Missing Links in Odisha

ଦିନକୁ ଦି ଓଳି ଖାଇବାକୁ ବି ଅସମର୍ଥ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଷ୍ଟାର ବୋଲର

ନୂଆଦିଲ୍ଲୀ: ନିଜ ପେସ୍‌ ବୋଲିଂରେ ବ୍ୟାଟସମ୍ୟାନ୍‌ ମାନଙ୍କୁ ଚିତ୍‌ କରୁଥିଲେ। ନିଜର ବୋଲିଂ ବଳରେ ବିଶ୍ବ କ୍ରିକେଟରେ ସୃଷ୍ଟି କରି ପାରିଥିଲେ ନିଜର ସ୍ବତନ୍ତ୍ର ପରିଚୟ। ହେଲେ ଏବେ ଦିନକୁ ଦି ଓଳି ଖାଇବା ପାଇଁ ନାହିଁ ଟଙ୍କା। ଏମିତି ଏକ ଖବର ବିଶ୍ବ କ୍ରିକେଟରେ ଚହଳ ପକାଇଛି। ଆମେ ଆପଣଙ୍କୁ ଓ୍ବେଷ୍ଟଇର୍ଡିଜର ପୂର୍ବତନ ପେସ୍‌ ବୋଲର ପ୍ୟାଟ୍ରିକ୍‌ ପିଟରସନ୍‌ଙ୍କ କଥା କହୁଛି। ଯିଏକି ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆ ସହଯୋଗରେ ତାଙ୍କ ପାଇଁ ଟଙ୍କା ଜମା କରାଯାଉଛି। ଟିମ୍‌ ଇଣ୍ଡିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଏହି ୫୯ ବର୍ଷିୟ ପ୍ୟାଟ୍ରିକ୍‌ ପିଟରସନ୍ ପାଇଁ ସହଯୋଗର ହାତ ବଢ଼ାଇବା ସହ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ବିନ।

ସୁପ୍ରସିଦ୍ଧ ଲେଖକ ଭାରତ ସୁନ୍ଦରସନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଦିନକୁ ଦିନ ପ୍ୟାଟ୍ରିକ୍‌ ପିଟରସନ୍‌ଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏପରିକି ତାଙ୍କ ପାଖରେ ସଉଦା କିଣିବାକୁ ମଧ୍ୟ ଟଙ୍କା ନାହିଁ। ଦି ଓଳି ଖାଇବାକୁ ମଧ୍ୟ ସେ ଅସମର୍ଥ। ମୁଁ କିଛି ସାହାଯ୍ୟ କରିଛି। କ୍ରିକେଟ ଜଗତକୁ ଅନୁରୋଧ କରୁଛି ଯେ, ତାଙ୍କୁ ସାହାଯ୍ୟ କରନ୍ତୁ। ଏଭଳି କିଛି ଲେଖିଛନ୍ତି ଭାରତ।

ଭରତଙ୍କ ଟ୍ବିଟ୍‌କୁ ରିଟ୍ବିଟ୍‌ କରି ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଲେଖିଛନ୍ତି ଯେ, ଦି ଗ୍ରେଟ୍‌ ପ୍ୟାଟିକ୍‌ ପିଟରସନ୍‌ଙ୍କ ଦୈନିକ ଜୀବନର ଚାଲି ଚଳଣ ପାଇଁ ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ରହିଛି। ଭାରତୀୟ ମୁଦ୍ରାରେ ଦେବାକୁ କିଛି ବିକଳ୍ପ ନାହିଁ। ଯଦି କିଏ ସାହାଯ୍ୟ କରିପାରିବେ ତ ଦୟାକରି କରନ୍ତୁ ବୋଲି ଅଶ୍ବିନ ଲେଖିଛନ୍ତି। ଅଶ୍ବିନଙ୍କ ଟ୍ବିଟ୍‌ ପରେ ଏବେ ସହଯୋଗର ହାତ ବଢ଼ାଇବାରେ ଲାଗିଛନ୍ତି ଅନେକ କ୍ରିକେଟ ପ୍ରେମୀ।

ପ୍ୟାଟ୍ରିକ୍‌ ପିଟରସନ୍‌ ଓ୍ବେଷ୍ଟଇଣ୍ଡିଜ ପାଇଁ ୨୮ଟି ଟେଷ୍ଟ ମ୍ୟାଚ୍‌ ଖେଳି ୯୩ଟି ଓ୍ବିକେଟ ନେିଥିଲେ। ହେଲେ ୧୯୮୭ ମସିହାରେ ସେ କରିବା ପ୍ରଦର୍ଶନରେ ଟିମ୍‌ ଇଣ୍ଡିଆ ଚିତ୍‌ ହୋଇଥିଲା। ଆଉ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ପିଟରସନ୍‌ ବର୍ଷେ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାରବତ୍ତନ କରିବା ସହ ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ହିଁ ୨୪ ରନ୍‌ ଦେଇ ୫ଓ୍ବିକେଟ ନେଇ ଟିମ୍‌ ଇଣ୍ଡିଆକୁ ଅଡ଼ୁଆରେ ପକାଇଥିଲେ। ପିଟରସନ୍‌ଙ୍କ ଘାତକ ବୋଲିଂରେ ଟିମ୍‌ ଇଣ୍ଡିଆ ୩୧ ଓଭର ଖେଳି ମାତ୍ର ୭୫ ରନରେ ଅଲଆଉଟ୍‌ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ସେହି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଥିଲା। ସେ ୫୯ଟି ଦିନିକିଆ ଖେଳି ୯୦ ଓ୍ବିକେଟ ନେଇଥିଲେ।

Leave A Reply

Your email address will not be published.