Odisha Link
Bridging the Missing Links in Odisha

ଆଇପିଏଲ୍‌ ଇତିହାସର ଶ୍ରେଷ୍ଠ-୫ ବୋଲର ତାଲିକାରେ ଅଶ୍ବିନୀଙ୍କ ଏଣ୍ଟ୍ରି, ତାଲିକାରେ ୪ ଭାରତୀୟ

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣରୁ ଏଲିମିନେଟ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଗତକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ୱିକେଟ୍‌ରେ ମାତ୍ ଦେଇଛି ରାଜସ୍ଥାନ ରୟାଲ୍ସ। ଏଥିସହିତ ଦ୍ବିତୀୟ କ୍ବାଲିଫିାୟର ମୁକାବିଲା ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି ରାଜସ୍ଥାନ। ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ବିନୀ ହାସଲ କରିଛନ୍ତି ଖାସ୍‌ ରେକର୍ଡ। ଅଶ୍ବିନ ଆରସିବି ବିପକ୍ଷରେ ୨ଟି ଓ୍ବିକେଟ ନେଇ ଆଇପିଏଲ୍‌ କ୍ୟାରିୟରରେ ୧୮୦ ଓ୍ବିକେଟ ପୂରଣ କରିଛନ୍ତି।

ଏଥିସହିତ କୋଲକାତା ନାଇଟ୍‌ ରାଇଡର୍ସର ଷ୍ଟାର ଖେଳାଳି ସୁନୀଲ ନାରାୟଣଙ୍କୁ ପଛରେ ପକାଇ ଆଇପିଏଲ୍‌ ଇତିହାସର ଟପ୍‌-୫ ବୋଲର ତାଲିକାରେ ସାମିଲ ହୋଇଛନ୍ତି। ଅଶ୍ବିନୀଙ୍କ ଆଗରେ ୟୁଜବେନ୍ଦ୍ର ଚହଲ, ପୀୟୁଷ ଚାଓ୍ବଲା, ଡ୍ବେନ ବ୍ରାଭୋ ଓ ଭୁବନେଶ୍ବର କୁମାର ରହିଛନ୍ତି। ଅଶ୍ବିନୀ ୨୧୧ଟି ଆଇପିଏଲ ମ୍ୟାଚ୍‌ ଖେଳି ୨୯.୫୮ ହାରରେ ୧୮୦ ଓ୍ବିକେଟ ସଫଳତା ହାସଲ କରିଛନ୍ତି। ଆଇପିଏଲରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୪/ ୩୪।

ଆଇପିଏଲ୍‌ ଇତିହାସରେ ସର୍ବାଧିକ ଓ୍ବିକେଟ ଟେକର ବୋଲର ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ରାଜସ୍ଥାନ ରୟାଲ୍ସର ୟୁଜବେନ୍ଦ୍ର ଚହଲ। ସେ ଏକମାତ୍ର ଖେଳାଳି ଭାବେ ୨୦୦ରୁ ଅଧିକ ଓ୍ବିକେଟ ନେଇଛନ୍ତି। ସେ ୧୫୯ଟି ମ୍ୟାଚ୍‌ ଖେଳି ୨୦୫ଟି ଓ୍ବିକେଟ ନେିଛନ୍ତି। ତାଙ୍କ ପଛକୁ ପୀୟୁଷ ଚାଓ୍ବଲା (୧୯୨), ଡ୍ବେନ ବ୍ରାଭୋ (୧୮୩), ଭୁବନେଶ୍ବର କୁମାର (୧୮୧)ଟି ଓ୍ବିକେଟ ନେଇଛନ୍ତି। ତାଙ୍କ ପଛକୁ ଅଶ୍ବିନୀ ଥିବାବେଳେ ୬ଷ୍ଠ ସ୍ଥାନରେ ଅଛନ୍ତି ସୁନୀଲ ନାରିନ।

ସୁନୀଲ ନାରାୟଣ ୧୭୬ଟି ଆଇପିଏଲ୍‌ ମୁକାବିଲା ଖେଳି ୨୫.୪୪ ହାରରେ ୧୭୯ଟି ଓ୍ବିକେଟ ନେଇଛନ୍ତି। ସୁନୀଲଙ୍କ ୫/ ୧୯ ହେଉଛି ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ।

Leave A Reply

Your email address will not be published.