Odisha Link
Bridging the Missing Links in Odisha

ମାଡ଼ି ଆସୁଛି ବାତ୍ୟା: ଲ୍ୟାଣ୍ଡଫଲ ସମୟରେ ପବନର ବେଗ କେତେ ରହିବ ଜାଣନ୍ତୁ

ଭୁବନେଶ୍ବର: ଉପକୂଳ ମୁହାଁ ବାତ୍ୟା ୟଶ୍। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ବାତ୍ୟା ୟଶ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ୨୬ ତାରିଖ ସଂଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।

ଡକ୍ଟର ମହାପାତ୍ର କହିଛନ୍ତିଯେ, ଏହା ଉପକୂଳ ଅତିକ୍ରମ କରିବା ବେଳେ ପବନ ୧୫୫ରୁ ୧୬୫ କିମି ବେଗରେ ପ୍ରବାହିତ ହେବ । ବେଳେବେଳେ ପବନର ବେଗ ୧୮୫ କିମି ବି ଛୁଇଁବାର ସମ୍ଭାବନା ରହିଛି। ବାତ୍ୟାର ପ୍ରଭାବରେ ୨୫ ସଂଧ୍ୟାରୁ ଉତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହେବ। ୨୬ରେ ଉତର ଓଡ଼ିଶା ଜିଲ୍ଲାଗୁଡିକରେ ଅଧିକ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି।

୨୪ ସଂଧ୍ୟା ପରେ ୪୦ରୁ ୫୦ କିମି ବେଗରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବାହିତ ହେବାର ସମ୍ଭାବନା ଥିବାବେଳେ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ବହୁ ବୃଦ୍ଧି ପାଇବ।

Leave A Reply

Your email address will not be published.