Odisha Link
Bridging the Missing Links in Odisha

ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍

ଆଜି ରାତି ୯ଟା ପରଠାରୁ ପବନର ବେଗ ବଢିବ, ଅତି ପ୍ରବଳ ବର୍ଷା ହେବ

ଭୁବନେଶ୍ବର: ଅତି ଭୀଷଣ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍। କାଲି ସକାଳୁ ସକାଳୁ ଲ୍ୟାଣ୍ଡଫଲ କରିବ ୟାସ୍। ଘଣ୍ଟାପ୍ରତି ୧୬ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’। ବାତ୍ୟା ‘ୟାସ୍’ ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ଥିବା ବେଳେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି।

ଆଇଏମଡି ଜାରି କରିଥିବା ସୂଚନା ମୁତାବକ, ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ଧାମରାର ଦକ୍ଷିଣ ଏବଂ ଚାନ୍ଦବାଲିର ଉତର ପଟକୁ ଏହା ସ୍ଥଳଭାଗ ଛୁଇଁପାରେ। ଆସନ୍ତାକାଲି ସକାଳୁ ଲ୍ୟାଣ୍ଡଫଲ କରିବ ୟାସ୍। ମଧ୍ୟାହ୍ନ ସୁଧା ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ଏହା ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଅନୁମାନ କରାଯାଉଛି।

ଆସନ୍ତାକାଲି ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ରହିପାରେ। ଏବଂ ପବନ ଝଟକା ଦେଇ ଘଣ୍ଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ।

ତେବେ ବାତ୍ୟା ପ୍ରଭାବରେ ଆଜି ରାତି ୯ଟା ପରଠାରୁ ପବନର ବେଗ ବଢିବ, ଅତି ପ୍ରବଳ ବର୍ଷା ହେବ। ଆଜି ରାତିରୁ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପବନର ବେଗ ବଢ଼ିବ। ବର୍ତ୍ତମାନ ପାରାଦୀପ ଓ ଗୋପାଳପୁରର ଡପଲର ରାଡାରରୁ ବାତ୍ୟା ୟାସ୍ ଉପରେ ସର୍ତକ ନଜର ରଖାଯାଇଛି। ପାରାଦୀପ ଡପଲର ରାଡାରରେ ବାତ୍ୟା ୟାସ୍ ଚିତ୍ର ସ୍ପଷ୍ଟ ହେଲାଣି।

Leave A Reply

Your email address will not be published.