Odisha Link
Bridging the Missing Links in Odisha

ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ୟାସ୍

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ରହିବ

ଭୁବନେଶ୍ବର: ଅତି ଭୀଷଣ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍। ଭାରତୀୟ ପାଣିପାଗ ବିଭାଗ ଲହି ସୂଚନା ଦିଆଯାଇଛି। ବର୍ମାର୍ତ୍ତମାନ ବାତ୍ୟା ପାରାଦୀପ ଠାରୁ ୨୦୦ କିମି ଦୂରରେ ରହି ତିବା ବେଳେ ବାଲେଶ୍ୱରରୁ ୨୯୦ କିଲୋମିଟର ଦୂରରେ ରହିଛି। ଘଣ୍ଟା ପ୍ରତି ୧୬ କିମି ବେଗରେ ବାତ୍ୟା ୟାସ୍ ଗତି କରୁଛି।

ଆଇଏମଡି ଜାରି କରିଥିବା ସୂଚନା ମୁତାବକ, ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହଯାଇଛି। ଧାମରାର ଦକ୍ଷିଣ ଏବଂ ଚାନ୍ଦବାଲିର ଉତର ପଟକୁ ଏହା ସ୍ଥଳଭାଗ ଛୁଇଁପାରେ।

ଆସନ୍ତାକାଲି ସକାଳ ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଆସନ୍ତାକାଲି ମଧ୍ୟାହ୍ନ ସୁଧା ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ଏହା ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଅନୁମାନ କରାଯାଉଛି। ତେବେ ଆସନ୍ତାକାଲି ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ରହିପାରେ। ଏବଂ ପବନ ଝଟକା ଦେଇ ଘଣ୍ଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ।

ତେବେ ବାତ୍ୟା ପ୍ରଭାବରେ ଆଜି ରାତିରୁ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପବନର ବେଗ ବଢ଼ିବ। ବର୍ତ୍ତମାନ ପାରାଦୀପ ଓ ଗୋପାଳପୁରର ଡପଲର ରାଡାରରୁ ବାତ୍ୟା ୟାସ୍ ଉପରେ ସର୍ତକ ନଜର ରଖାଯାଇଛି। ପାରାଦୀପ ଡପଲର ରାଡାରରେ ବାତ୍ୟା ୟାସ୍ ଚିତ୍ର ସ୍ପଷ୍ଟ ହେଲାଣି।

Leave A Reply

Your email address will not be published.