Odisha Link
Bridging the Missing Links in Odisha

ବାତ୍ୟା ମୁକାବିଲା ବେଳେ ଦୟାକରି ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ପ୍ରତିଟି ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ

ଭୁବନେଶ୍ବର: ବାତ୍ୟା ୟାସ୍ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ବୌଠକରେ ଭିସି ଜରିଆରେ ବିସ୍ତୃତ ବିବରଣୀ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଏସଆରସି।

ଏଥିସହ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ। ବାତ୍ୟା ମୁକାବିଲା ନେଇ ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ଦୟାକରି ରାଜ୍ୟ ସରକାରଙ୍କୁ ବାତ୍ୟା ମୁକାବିଲା ବେଳେ ସହଯୋଗ କରନ୍ତୁ।

ମୁଖ୍ୟ ଶାସନ ସଚିବ କହିଛନ୍ତି,  ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ୫ଟି ଜିଲ୍ଲାରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅଢ଼େଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ କରାଯାଇଛି।

ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ମାସ୍କ ଯୋଗାଇ ଦେବା ସହ ସମସ୍ତ ସୁବିଧା ସୁଯୋଗ ଦିଆଯାଇଛି । ବାତ୍ୟା ଏବେ ପାରାଦୀପ ଠାରୁ ଦକ୍ଷିଣ-ପୂର୍ବଦକ୍ଷିଣରେ ୨୦୦ କିଲୋମିଟର ଦୂରରେ ଅଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ବାତ୍ୟା ଗତି କରୁଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଧାମରାର ଉତ୍ତରରେ ଥିବା ବାହାନଗା, ବାସୁଦେବପୁର ଅଞ୍ଚଳ ଦେଇ ବାତ୍ୟା ଗତି କରିବ। ମୟୂରଭଞ୍ଜ, କେନ୍ଦୁଝର ଦେଇ ବାତ୍ୟା ଝାଡ଼ଖଣ୍ଡ ଯିବ। ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୫୫ କିଲୋମିଟର ରହିବ ।

Leave A Reply

Your email address will not be published.