Odisha Link
Bridging the Missing Links in Odisha

ପ୍ରତିବର୍ଷ ଭଳି ଜୁନ୍ ୧୮ ଓ ୧୯ରେ ବାତ୍ୟା ମୁକାବିଲା ପାଇଁ ମକଡ୍ରିଲ୍ ହେବ: ପ୍ରମିଳା ମଲ୍ଲିକ

ବାତ୍ୟା ଆଶ୍ରୟସ୍ଥଳୀ, ଟାୱାର ଲାଇଟ୍, ସ୍ବାସ୍ଥ୍ୟ ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

ଓଏଲ୍‌ ବ୍ୟୁରୋ: ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ହୋଇଛି। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବାତ୍ୟା ସୂଚନା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମର ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ପ୍ରସ୍ତୁତି ବୈଠକ କରାଯାଇଛି। ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ମିଟିଂ ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି।

ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ପାରାଦୀପ ଓ ଗୋପାଳପୁରରେ ଡପଲର ରାଡାର କାର୍ଯ୍ୟ କରୁଛି। ଟେଲିକମ୍ ସିଷ୍ଟମ କାର୍ଯ୍ୟକ୍ଷମ ରଖିବାକୁ ଆପଦକାଳୀନ ବ୍ୟବସ୍ଥା ହୋଇଛି। ଅପହଞ୍ଚ ଅଞ୍ଚଳରେ ଆଗୁଆ ଖାଦ୍ୟ ଓ ରାସନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ତେଲ ମହଜୁଦ ପାଇଁ ପଦକ୍ଷେପ ନିଆଯିବ। ଏସଏମଏସ ଜରିଆରେ ସାଇକ୍ଲୋନ୍ ଆଲର୍ଟ ଦେବାକୁ ବିଏସଏନଏଲକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିବର୍ଷ ଭଳି ଜୁନ୍ ୧୮ ଓ ୧୯ରେ ବାତ୍ୟା ମକଡ୍ରିଲ୍ ଅନୁଷ୍ଠିତ ହେବ। ବାତ୍ୟା ଆଶ୍ରୟସ୍ଥଳୀ, ଟାୱାର ଲାଇଟ୍, ସ୍ବାସ୍ଥ୍ୟ ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

ଖବର ଅନୁସାରେ, ରାଜ୍ୟରେ ଅଦିନରେ ବାତ୍ୟା ବନ୍ୟା ଲାଗି ରହୁଥିବାରୁ ସରକାର ଲୋକମାନଙ୍କ ସୁରକ୍ଷାକୁ ନଜରରେ ରଖି ଏନେଇ ସଜାଗ ରହିବା ପାଇଁ ବୈଠକ ହୋଇଛି। ଗ୍ରୀଷ୍ମ ଦିନରେ ବି ବାତ୍ୟା ହେଉଥିବାରୁ ଏଥିରୁ କିପରି ଲୋକମାନେ ସୁରକ୍ଷିତ ରହିବେ ସେଥିପାଇଁ ଆଲୋଚନା କରାଯାଇଛି। ବାତ୍ୟା ପରେ କ୍ଷୟକ୍ଷତି ଏବଂ ବାତ୍ୟାରେ ସମ୍ମୁଖୀନ ହୋଇ ଅସୁବିଧାରେ ପଡିଥିବା ଲୋକମାନଙ୍କୁ କିପରି ସାହାଯ୍ୟ କରାଯାଇପାରିବ ଏନେଇ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ଭାହିନୀକୁ ପ୍ରସ୍ତୁତ କରାଯିବା ନେଇ ଆଲୋଚନା ହୋଇଛି।

Leave A Reply

Your email address will not be published.