Odisha Link
Bridging the Missing Links in Odisha

ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍: ପବନର ବେଗ ଘଣ୍ଟାପ୍ରତି ୧୩୦ କି.ମି

୪ ଫୁଟ ଉପରକୁ ଉଠୁଛି ସମୁଦ୍ର ଜୁଆର

ବାଲେଶ୍ୱର: ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାତ୍ୟା ୟାସ୍ ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ୫୦ କିଲୋମିଟର ଦୂରରେ ରହିଥିବା ବେଳେ ଏବେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା।

ଲ୍ୟାଣ୍ଡଫଲ୍ ପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ପବନର ବେଗ ୧୨୦ରୁ ୧୩୦ କି.ମି ଥିବା ସୂଚନା। ସମୁଦ୍ର ଜୁଆର ମଧ୍ୟ କୂଳ ଲଙ୍ଘିବାରେ ଲାଗିଛି। ଆଜି ପୂର୍ଣ୍ଣିମା ହୋଇଥିବାରୁ ସମୁଦ୍ରରେ ଉଚ୍ଚା ଜୁଆର ମଧ୍ୟ ଦେଖିବାକୁ ମିଳିଛି।

ବାତ୍ୟା ୟାସ୍‌ କାରଣରୁ ବର୍ଷା ଓ ପବନରେ କିଛି କିଛି ଜାଗାରେ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷରେ ଆନନ୍ଦପୁରରେ ଜଣେ ଲୋକଙ୍କ ଉପରେ ଗଛ ପଡ଼ି ମୃତ୍ୟୁ ଘଟିଛି।

Leave A Reply

Your email address will not be published.