Odisha Link
Bridging the Missing Links in Odisha

ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍: ବାଲେଶ୍ବରରେ ଅଧିକ ପ୍ରଭାବ

ଭୁବନେଶ୍ବର: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’। ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ରହିବ ।

ବାଲେଶ୍ବର ଜିଲ୍ଲା ଦେଇ ଏହା ମୟୁରଭଞ୍ଜ ଜିଲ୍ଲାକୁ ଯିବ ବାତ୍ୟା ‘ୟାସ୍’ । ମୟୁରଭଞ୍ଜ ଜିଲ୍ଲାରେ ପହଞ୍ଚିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କି.ମି. ବା ତାଠାରୁ ଟିକେ ଅଧିକ ରହିପାରେ । ବାଲେଶ୍ବରରେ ବାତ୍ୟା ‘ୟାସ୍’ର ଅଧିକ ପ୍ରଭାବ ପଡିବ । ଭଦ୍ରକ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୟୁରଭଞ୍ଜରେ ମଧ୍ୟ ବାତ୍ୟା ‘ୟାସ୍’ ପ୍ରଭାବ ପକାଇବ।

ବାତ୍ୟା ‘ୟାସ୍’ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ମୟୁରଭଞ୍ଜ କୁସୁମୀରେ ସର୍ବାଧିକ ୩୦୪ ମିମି ବର୍ଷା ରେକର୍ଡ କରାଯାଇଛି । ଭଦ୍ରକର ଚାନ୍ଦବାଲିରେ ୨୮୮ ମିମି, କେନ୍ଦ୍ରାପଡାର ରାଜନଗରରେ ୨୭୫ ମିମି, ଜଗତସିଂହପୁର ଏରସମାରେ ୨୭୧ ମିିମି ବର୍ଷା ରେକର୍ଡ କରାଯାଇଛି ।

ଏହାସହ ରାଜ୍ୟରେ ୩୬ଟି ସ୍ଥାନରେ ୧୧୦ ମିମିରୁ ୩୦୪ ମିମି ବର୍ଷା ହୋଇଛି । ୩୭ଟି ବ୍ଲକ୍ ରେ ୫୦ ମିମିରୁ ୧୦୦ ମିିମି ବର୍ଷା ରେକର୍ଡ କରାଯାଇଛି। ବୁଧବାର ବ୍ୟାପକ ବର୍ଷା ହୋଇଛି । ଉତ୍ତର ଓଡିଶାର ଉପକୂଳରେ ଜୁଆର ଉଠିଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ନଜରକୁ

Leave A Reply

Your email address will not be published.