Odisha Link
Bridging the Missing Links in Odisha

ସଂଧ୍ୟା ଯାଏ ପବନ ବିପଦ ରହିବ: ଆଇଏମଡ଼ି ଡିଜି

କାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ

ଭୁବନେଶ୍ୱର: ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। କହିଲେ, ସକାଳ ୯ ବେଳେ ଆରମ୍ଭ ହୋଇ ସାରିଛି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଗାମୀ ୩ ଘଣ୍ଠା ପର୍ଯ୍ୟନ୍ତ ଧରି ଚାଲିବ। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ ରୁ ୧୫୦ କିମି ପବନ ହେଉଛି। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ପବନ ଏମିତି ଭାବରେ ରହିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।

ଏଥିସହ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ୟାସ୍ ବାଲେଶ୍ୱରରୁ ମୟୂରଭଞ୍ଜ ଯାଇ କାଲି ସକାଳ ସୁଦ୍ଧା ଝାଡ଼ଖଣ୍ଡ ଚାଲିଯିବ। ତେବେ ଭଦ୍ରକ, ବାଲେଶ୍ୱରରେ ସଂଧ୍ୟା ଯାଏଁ ପବନ ବିପଦ ରହିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ କମି କମି ଚାଲିଛି କେନ୍ଦୁଝର ଜିଲ୍ଲାରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି।

କାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। କାଲି ସକାଳ ପରେ ପାଗରେ ସୁଧାର ଆସିବ। ଏଥସହ ଆଶ୍ରୟସ୍ଥଳୀରେ ରହିଥିବା ଲୋକେ ଏବେ ଘରକୁ ଫେରନ୍ତୁ ନାହିଁ। ବିପଦ ଟଳିନାହିଁ ବାତ୍ୟା ସରିବା ସୂଚନା ପରେ ଘରକୁ ଫେରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.