Odisha Link
Bridging the Missing Links in Odisha

ଆନ୍ଧ୍ରପ୍ରଦେଶ ଏଚପିସିଏଲ୍ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

୬ଜଣ କର୍ମଚାରୀଙ୍କ କୌଣସି ପତ୍ତା ମିଳିପାରି ନାହିଁ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ମାଲକାପୁରମର ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍)ର ଏକ ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ସ୍ଥାନୀୟ ପ୍ରଶାସନ ଜିଲ୍ଲାର ବିଭିନ୍ନ ଶିଳ୍ପ ୟୁନିଟରୁ ଅଗ୍ନିଶମ ବାହିନୀ ପହଞ୍ଚିଛି। ଭାରତୀୟ ନୌସେନାର ଏକ ବିଶେଷଜ୍ଞ ଦଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାସନକୁ ସାହାଯ୍ୟ କରୁଛି।

ତେବେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଦୁର୍ଘଟଣା ସମୟରେ ପ୍ଲାଣ୍ଟ ଭିତରେ ଥିବା ୬ଜଣ କର୍ମଚାରୀଙ୍କ କୌଣସି ପତ୍ତା ମିଳିପାରି ନାହିଁ। ୬ଜଣଙ୍କୁ ଖୋଜିବା ଆରମ୍ଭ କରାଯାଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

Leave A Reply

Your email address will not be published.