Odisha Link
Bridging the Missing Links in Odisha

ବାତ୍ୟା ମୁକାବିଲା: କର୍ତ୍ତବ୍ୟ ସହ ମମତା ଦେଖାଇଲେ ମହିଳା ପୁଲିସ

ଭଦ୍ରକ: ସ୍ଥଳଭାଗ ମୁହାଁ ହେଲାଣି ବାତ୍ୟା ୟାସ୍। ବାତ୍ୟା ମୁକାବିଲା ପାଇଁ ସରକାର ଓ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ମହାମାରୀ ବେଳେ ବାତ୍ୟା ମୁକାବିଲା ବଡ ଚାଲେଞ୍ଜ ଥିବା ବେଳେ ଜିରୋ କାଜୁଆଲିଟିକୁ ମନ୍ତ୍ର କରି ମାରାଥନ ପ୍ରସ୍ତୁତି ଚଳାଇଛନ୍ତି ସରକାର।ଲୋକଙ୍କ ଜୀବନ ସହ ଧନସମ୍ପତ୍ତିର ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ବାତ୍ୟା ଆସିବା ଆଗରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ପୋଲିସ, ପ୍ରଶାସନ ଲୋକଙ୍କୁ ବୁଝାଇ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛନ୍ତି।

ବାତ୍ୟା ମୁକାବିଲା ବେଳେ ଭଦ୍ରକରୁ ଆସିଛି ମହିଳା ପୁଲିସଙ୍କ ମମତାଭରା ଚିତ୍ର। ଭଦ୍ରକ ଚାନ୍ଦବାଲି ଏବଂ ନାଇକାନଡିହିରେ ମହିଳା ଓ ଶିଶୁଙ୍କୁ କିଛି ମହିଳା ପୁଲିସ ସୁରକ୍ଷିତ ସ୍ଥାନାନ୍ତର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମହିଳା ପୁଲିସ କୁନି ଶିଶୁକୁ ନିଜ କୋଳରେ ଧରି ଏକ ମାଚି ଘରୁ ବାହାରୁଛନ୍ତି ଆଉ କୁନି ଛୁଆ ଦେହରେ ଯେମିତି ବର୍ଷା ନପଡିବ କିମ୍ବା ବର୍ଷା ପବନ ପାଇଁ ତା ଦେହ ଅସୁସ୍ଥ ନହେବ ସେଥିପାଇଁ ଅନ୍ୟଜଣେ ମହିଳା ପୁଲିସ ଛତା ଦେଖାଇଛନ୍ତି।

ଏଥିସହ ମହିଳା ପୁଲିସମାନେ ବିପଦସଙ୍କୁଳ ଅବସ୍ଥାରେ ଥିବା ଗାଁ ଗୁଡିକୁ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆସିବାକୁ ବୁଝାଉଛନ୍ତି। ଘରଘର ବୁଲି ମାଆ ମାଉସୀଙ୍କୁ ମାଟି ଘରୁ ପକ୍କା ଘରକୁ ପଳାଇ ଆସିବାକୁ କହୁଛନ୍ତି।

Leave A Reply

Your email address will not be published.