Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଥମ ବ୍ଳାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ!

ସମ୍ୱଲପୁର: ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ବ୍ଳାକ୍ ଫଙ୍ଗସ୍‌ ଚିନ୍ତା ବଢ଼ାଇଲାଣି। ଆଜି ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ ସନ୍ଧିଗ୍ଧଙ୍କ ମୃତ୍ୟୁ ହୋଇଛି। ବୁର୍ଲା ଭୀମସାରରେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ତିନିଜଣ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଭିମସାରରେ ଚିକିତ୍ସିତ ହେଉଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି।

ମୃତକ ଜଣଙ୍କର ନମୁନା ପରୀକ୍ଷା ପାଇଁ ଭୀମସାର କତ୍ତୃପକ୍ଷ ଭୁବନେଶ୍ୱରକୁ ପଠାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ବ୍ଲାକ ଫଙ୍ଗସ କି ନୁହଁ ସ୍ପଷ୍ଟ ହୋଇନାହିଁ। ଅନ୍ୟ ତିନିଜଣ ସନ୍ଧିଗ୍ଧଙ୍କ ମଧ୍ୟ ନମୁନାକୁ ଭୁବନେଶ୍ୱରକୁ ପଠା ହୋଇଛି। ରିପୋର୍ଟ ଆସିବା ପରେ ହିଁ ଏହି ସମସ୍ତ ରୋଗୀ ବ୍ଲାକ ଫଙ୍ଗସରେ ପୀଡିତ କି ନୁହଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ।