Odisha Link
Bridging the Missing Links in Odisha

ରାଜ୍ୟରେ ଶତକ ଟପିଲା ତୈଳ ଦର

ଭୁବନେଶ୍ୱର: ଦେଶରେ ଲଗାତାର ତେଲ ଦର ହୁହୁ ବଢ଼ିବାରେ ଲାଗିଛି। ତୈଳ ଦର ବୃଦ୍ଧି ସାଧାରଣ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ ଉପରେ ବୋଝ ହୋଇଛି। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଛି।

ମାଲକାନଗିରି ଜିଲ୍ଲାର କାଲିମେଳାରେ ଗତକାଲି ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତ୍ରିକମ କରିଥିଲା। କାଲିମେଳାରେ ପେଟ୍ରୋଲ ଲିଟର ୧୦୦.୭୨ ଟଙ୍କା ଓ ଡିଜେଲ ୯୮.୨୯ ଟଙ୍କା ରହିଥିଲା। ଆଜି ୨୯ ପଇସା ଲେଖାଏଁ ବଢ଼ିବା ପରେ ପେଟ୍ରୋଲ ୧୦୧ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୯୮ ଟଙ୍କା ୩୮ ପଇସା ଛୁଇଁଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୯୪.୭୨ ଟଙ୍କା ଓ ଡିଜେଲ ୯୨.୫୫ ଟଙ୍କାରେ ବିକ୍ରି ହେଉଛି। ଗତ ଦୁଇମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ୩.୪୫ ଟଙ୍କା ଓ ଡିଜେଲ ୪.୪୩ ଟଙ୍କା ବୃଦ୍ଧି ପାଇଛି।

Leave A Reply

Your email address will not be published.