Odisha Link
Bridging the Missing Links in Odisha

ବାତିଲ୍ ହେଇପାରେ +୨ ପରୀକ୍ଷା, ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ବର: ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଗତକାଲି ବାତିଲ୍‌ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମନ୍ତ୍ରୀସ୍ତରୀୟ ବୈଠକରେ ସିବିଏସ୍‌ଇ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ନିଆଯାଇଥିଲା। ପରୀକ୍ଷା ବାତିଲ କରିବାର କିଛି ଘଣ୍ଟା ପରେ ସିଆଇଏସ୍‌ସିଇ ମଧ୍ୟ ଆଇଏସସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛି। ଏବେ ଓଡ଼ିଶା ସରକାର ପରୀକ୍ଷା ନେଇ ତତ୍ପର ହୋଇଛନ୍ତି।

ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ହେବ କି ନାହିଁ, ସେ ନେଇ ବୈଠକରେ ଆଲୋଚନା ହେବ। ଏହି ବୈଠକରେ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ହୋଇପାରେ। ଯୁକ୍ତ ଦୁଇ ପରୀକ୍ଷା ନେଇ ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ପୂର୍ବରୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି ସରକାର।

ଯୁକ୍ତ୨ ପରୀକ୍ଷା ବାତିଲ୍‌ ପରେ ବିକଳ୍ପ ମୂଲ୍ୟାୟନ ପଦ୍ଧତି ନେଇ ସିବିଏସ୍‌ଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିବାରୁ ଗଣଶିକ୍ଷା ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିପାରି ନାହିଁ। ଆଜି ପୂର୍ବାହ୍ନରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ସିବିଏସ୍‌ଇ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଚଳିତ ସପ୍ତାହରେ ହିଁ ପରୀକ୍ଷା ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.